ଟ୍ରେନ ଧକ୍କାରେ ୨ ହାତୀ ମୃତ : ରେଳଧାରଣା ପାର ହେବା ସମୟରେ ଦୁର୍ଘଟଣା; ତଦନ୍ତ କରୁଛି ବନ ଅଧିକାରୀ

272

କନକ ବ୍ୟୁରୋ : ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ । କେନ୍ଦୁଝର ଆନନ୍ଦପୁର ସ୍ଥିତ ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀର ମୃତ୍ୟୁ ଘଟିଛି । ରାଜ୍ୟରେ ବିଭିନ୍ନ ସମୟରେ ହାତୀ ପଲ ରେଳ ଲାଇନ୍ ପାରି ହେବା ବେଳେ ଟ୍ରେନ ସହ ଧକ୍କା ହେବାରୁ ପ୍ରାଣ ହରାଇଛନ୍ତି । ନିକଟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ ।