ଫିଲ୍ମ ଷ୍ଟାଇଲରେ ନିଶା ଦେଇ ଲୁଟ୍ ! ୬୫ ବର୍ଷୀୟ ବୃଦ୍ଧଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁର୍ବୃତ ଲୁଟିନେଲେ ସୁନା ଓ ଟଙ୍କା ।

514

କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଲୁଟ୍ । ୬୫ ବର୍ଷୀୟ ବୃଦ୍ଧଙ୍କୁ ନିଶା ଦେଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ । ଢ଼େଙ୍କାନାଳ ମହୁଲପଡାର ପ୍ରଫୁଲ୍ଲ କୁମାର ବେହେରା ଭୁବନେଶ୍ୱରରୁ ଢ଼େଙ୍କାନାଳ ଫେରୁଥିବାବେଳେ ଲୁଟ୍ କରିଛନ୍ତି ଦୁର୍ବୃତ । ପ୍ରଫୁଲ୍ଲ ଭୁବନେଶ୍ୱରରେ ରହୁଥିବା ତାଙ୍କ ପୁଅ ପାଖକୁ ଆସିଥିଲେ । ଦଶହରା ଦିନ ଗାଁକୁ ଫେରିବାକୁ ପ୍ରଫୁଲ୍ଲଙ୍କୁ ତାଙ୍କ ପୁଅ ବାଣୀବିହାରରେ କଟକ ଯାଉଥିବା ଏକ ବସରେ ବସାଇ ଦେଇଥିଲେ ।

ତେବେ ସେହି ବସରେ୍ ୨ ଲୁଟେରା ତାଙ୍କୁ ପିଛା କରିଥିଲେ । ବୃଦ୍ଧ ଜଣଙ୍କ ଲିଙ୍କ୍ ରୋଡରେ ଓହ୍ଲାଇ ଢ଼େଙ୍କାନାଳ ବସକୁ ଅପେକ୍ଷା କରିଥିବାବେଳେ ୨ ଲୁଟେରା ଆସି ସେମାନେ ମଧ୍ୟ ଢ଼େଙ୍କାନାଳ ଯିବେ ବୋଲି କହିଥିଲେ । ଆଉ ତାଙ୍କ ସହ କାରରେ ଯିବା ପାଇଁ ପ୍ରଫୁଲ୍ଲଙ୍କୁ କହିଥିଲେ । ସେମାନଙ୍କ କଥାରେ ବିଶ୍ୱାସ କରି ପ୍ରଫୁଲ୍ଲ କାରରେ ବସିଥିଲେ । କିଛି ବାଟ ଯିବା ପରେ ଲୁଟେରାମାନେ କୋଲ୍ଡଡ୍ରିଙ୍କସରେ ନିଶା ଦେଇ ତାଙ୍କୁ ବେହୋସ କରି ଦେଇଥିଲେ । ତାପରେ ତାଙ୍କଠାରୁ ସୁନା ଓ ଟଙ୍କା ଛଡାଇ ନେଇ ଚୌଦ୍ୱାର ନିକଟ ଚାରିବାଟିଆରେ ଫୋପାଡି ଦେଇ ଚମ୍ପଟ ମାରିଥିଲେ ।