ସୁନ୍ଦରଗଡ ବଣେଇ ବ୍ଲକ ତିଲେଇମାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଜାଞ୍ଚ କରିବାକୁ ଆସିଥିବା ଅଧିକାରୀ ଖାଇଲେ ଚିକେନ୍ , ପିଲା ଖାଇଲେ ଭାତ- ଡାଲି 

1,686

ସୁନ୍ଦରଗଡ ବଣେଇ ବ୍ଲକ ତିଲେଇମାଲ ପ୍ରୋଜେକ୍ଟ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଜାଞ୍ଚ୍ ବେଳେ ଆସିଲା ନିଆରା ଚିତ୍ର  । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍  ପାଇଁ ଯାଇଥିବା ଅଧିକାରୀ ଖାଇଲେ ସୁସ୍ୱାଦୁ ବ୍ୟଞ୍ଜନ ପିଲାଏ ଖାଇଲେ ଭାତ ସାଙ୍ଗରେ ଖାଲି ଡାଲି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ , ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍  ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ତିଲେଇମାଲ ସ୍କୁଲକୁ ଯାଇଥିଲେ । ତାଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ । ତାପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍ ପ୍ରକ୍ରିୟା । ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ପିଲା ଏବଂ ବିଇଓଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବାବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।