ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ : ପୋଲିସର ଜୋରଦାର ତଦନ୍ତ; ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପୁନଶ୍ଚ କରିବ ପଚରାଉଚରା

101

କନକ ବ୍ୟୁରୋ : ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁକୁ ନେଇ ଜୋରଦାର ତଦନ୍ତ ଜାରି ରଖିଛି ପୋଲିସ । ଆଜି ପୁଣି ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଯିବ ପୁଲିସର ୫ ଜଣିଆ ଟିମ୍ । ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପୁଣି ଥରେ ପଚରାଉଚରା କରିବା ନେଇ ସୂଚନା ରହିଛି । ଅତିରିକ୍ତ ଡିସିପିଙ୍କ ଅଧିନରେ ତଦନ୍ତ କରୁଛନ୍ତି ୫ ଜଣିଆ ଟିମ୍ ।

ଟିମରେ ଅଛନ୍ତି ଧଉଳି ଥାନା ଅଧିକାରୀ ଓ ୩ ଜଣିଆ ମହିଳା ଟିମ୍ । ଗତକାଲି ରାତିରେ ପୋଲିସ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ତଦନ୍ତ କରିବା ସହ ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପଚରାଉଚରା କରାଯାଇଛି । ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲକୁ ଫରେନସିକ୍ ଲ୍ୟାବକୁ ପୋଲିସ ପଠାଇଛି ।