ପ୍ରଚାରର ଶେଷ ଦିନରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର : ୨ଟି ପ୍ରଶ୍ନ ପଚାରି କହିଲେ, ୧୯ ବର୍ଷରେ କଣ କରିଛନ୍ତି ଓ ଆଗାମୀ ଦିନରେ କଣ କରିବାକୁ ଯୋଜନା ରହିଛି ?

224

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ୧୯ ବର୍ଷରେ ରାଜ୍ୟ ସରକାର କଣ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ ଆଗାମୀ ଦିନରେ କଣ ଯୋଜନା ଏହାକୁ ରାଜ୍ୟ ସରକାର ପ୍ରସଙ୍ଗ କରନ୍ତୁ ଓ ପରିପ୍ରକାଶ କରନ୍ତୁ ବୋଲି ସେ କହିଛନ୍ତି । ସରକାରୀ ଦଳ ମୋଦି ଓ ପରିବତର୍ତ୍ତନ ଏହି ଦୁଇ ଶଦ୍ଦ ସହ୍ୟ କରିପାରୁନାହାନ୍ତି । ଏହି ଦୁଇ ଶବ୍ଦ ଶୁଣି ହିଂସ୍ର ହେବା ସହ ବିରକ୍ତ ହୋଇଯାଉଛନ୍ତି ମୋଦି ସରକାର ।

ସ୍ଥିର ଓ ସ୍ଥାୟୀ ସରକାର ଥିଲେ ମଧ୍ୟ ଶିଶୁ ମୃତ୍ୟୁ ହାର, ଦାରିଦ୍ର‌୍ୟତାରେ ଓଡ଼ିଶା ତଳଆଡ଼ୁ ଏକ କିମ୍ବା ଦୁଇ ନମ୍ବରରେ ପ୍ରତିଯୋଗିତା କରୁଛି । ଅପାରଗ ସରକାର କହିଲେ ବିରକ୍ତ ହେଉଛନ୍ତି ରାଜ୍ୟ ସରକାର । ଓଡ଼ିଆ ଲୋକଙ୍କୁ କେବଳ ମିଛ କହୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ନବୀନଙ୍କ ନିର୍ବାଚନ ପ୍ରଚାରର ସ୍ଲୋଗାନ୍ ‘ଓଡ଼ିଶାର ପରିଚୟ ନବୀନ’କୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି , ପାଦ ତଳୁ ମାଟି ଖସୁଥିବାରୁ ନବୀନ କହୁଛନ୍ତି ଯେ, ସେ ଓଡିଆଙ୍କ ପରିଚୟ । ଓଡ଼ିଶା ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ବୁଝିପାରୁନାହାନ୍ତି । ଦଳବଳ ଧରି ଗୁଣ୍ଡାରାଜ ଓ ଆତଙ୍କରାଜ ସୃଷ୍ଟି କରୁଛନ୍ତି ବିଜେଡି ସରକାର । ରାଜ୍ୟ ନିର୍ବାଚନ ଅଧିକାରୀ ସରକାରୀ ଦଳର ସାଧାରଣ ସଂପାଦକ ପରି କାମ କରୁଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ନିର୍ବାଚନରେ ସଫଳତା ମିଳିବା ନେଇ ଆଶାବାଦୀ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ କହିଛନ୍ତି ଅପରାଗ, ଷଡ଼ଯନ୍ତ୍ରକାରୀ , ମିଛୁଆ ଲୋକଙ୍କୁ ଜବାବ ମିଳିବ । ଓଡ଼ିଶା ରାଜନୀତିରେ ନୂଆ ଦିଗ ତଥା ନୂଆ ଅଧ୍ୟାୟ ସୃଷ୍ଟି କରିବ । ରାଜ୍ୟରେ ବିଜେପି ସରକାର ଗଢ଼ିବ ।