ଅରବିନ୍ଦ କେଜରିୱାଲଙ୍କ ହିନ୍ଦୁ –ମୁସଲିମ୍ ବୟାନ ଉପରେ ଚାଲିଲା ବିବାଦ ! ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କଲା କଂଗ୍ରେସ ।

212

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ନିଜର ଗୋଟିଏ ବୟାନକୁ ନେଇ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି । କଂଗ୍ରେସ ସହ ଗଠବନ୍ଧନ କରିବାରେ ଅସଫଳ ରହିଥବା ଅରବିନ୍ଦ କେଜରିୱାଲ୍ ପାର୍ଟିର ଘୋଷଣାପତ୍ର ଜାରି କରି କହିଥିଲେ କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ୍ ଦେବାକୁ ଯାଉନାହାନ୍ତି । କେବଳ ମୁସଲମାନଙ୍କୁ ନେଇ ଟିକେ ଦ୍ୱନ୍ଦ ରହିଛି । ତେବେ କଂଗ୍ରେସ କେଜରିୱାଲଙ୍କ ଏହି ବୟାନକୁ ନେଇ ଦିଲ୍ଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି ।

କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ୍ ନିଜ ଅଭିଯୋଗରେ କହିଛନ୍ତି ଯେ କେଜରିୱାଲ୍ ସାଂପ୍ରଦାୟିକତାକୁ ଆଧାର କରି ଭୋଟ୍ ମାଗୁଛନ୍ତି ଏବଂ ଲୋକଙ୍କୁ ବାଣ୍ଟିବା ଭଳି କାମ କରୁଛନ୍ତି । ଏଥିପାଇଁ ଯୋଗୀ ଏବଂ ମାୟାବତୀଙ୍କ ପ୍ରଚାର କରିବାକୁ ତାଙ୍କ ଉପରେ ରୋକ ଲଗାଯାଉ । କେଜରିୱାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କମିଶନଙ୍କୁ ଅପିଲ୍ କରିଛନ୍ତି । ଏହିଭଳି ସାଂପ୍ରଦାୟିକ, ଉଷୁକାଇବା ଭଳି ମନ୍ତବ୍ୟ ଦେବା ଦ୍ୱାରା ନିର୍ବାଚନ କମିଶନଙ୍କୁ କେଜରିୱାଲଙ୍କୁ ନିର୍ବାଚନ ପ୍ରଚାର ବନ୍ଦ କରିବାକୁ କଂଗ୍ରେସ ଦଳ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ।

Comments are closed.