ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ଓଡ଼ିଶା : ଆଗାମୀ ୩ଦିନ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ,ତା’ପରେ ତାପମାତ୍ର କମିବାର ସମ୍ଭାବନା

241

କନକ ବ୍ୟୁରୋ : ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛନ୍ତି ରାଜ୍ୟବାସୀ । ପାରଦ ବଢିବାରେ ଲାଗିଛି । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ବର୍ଷୁଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପରିସ୍ଥିତଶ ଏପରି ହୋଇଛି ଯେ, ଦିନ ୧୦ଟା ପରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ, ରାଜ୍ୟରେ ୩ ଦିନ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆହୁରି ୩ ଦିନ ଧରି ତାତିରେ ଘାଂଟି ହେବେ ରାଜ୍ୟବାସୀ । ୪ ଦିନ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ସେପଟେ ଆସନ୍ତା ୨୪ ଘଂଟା ମଧ୍ୟରେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ ବର୍ଷା ଓ ବ୍ରଜପାତର ସମ୍ଭାବନା ରହିଛି । ଏ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ, ବର୍ଷା ହୋଇପାରେ । ଏହି ସମୟରେ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛିି ଆଂଚଳିକ ପାଣିପାଗ ବିଭାଗ ।