ବନ୍ୟାଞ୍ଚଳରେ ସାପର ବିପଦ : କେମିତି କରିବେ ପ୍ରାଥମିକ ଚିକିତ୍ସା ?

115

କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ଯାହା ଜନସାଧାରଣଙ୍କୁ ଆଶ୍ୱସ୍ତି କରିଛି । କିନ୍ତୁ ପାଣି ଘେରରେ ରହିଥିବା ଶତାଧିକ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କମିବାର ନାଁ ଧରୁନି । ବନ୍ୟା ବିପନ୍ନଙ୍କ ପାଇଁ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି ବିଷଧର ସାପର ଭୟ । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ସାପମାନେ ରହୁଥିବା ଗାତରେ ପାଣି ପଶିଯିବାରୁ ବାହାରକୁ ଚାଲି ଆସିଛନ୍ତି । ବହୁତ ସାପ ମଧ୍ୟ ପାଣି ସ୍ରୋତରେ ଭାସିଆସୁଛନ୍ତି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ସାପ ଘର ଭିତରେ ପଶୁଥିବା ଦେଖିବାକୁ ମିଳିଛି । କୋରାପୁଟରେ ଜଣେ ଶିଶୁ ଶୋଇଥିବା ଅବସ୍ଥାରେ ବିଷଧର ସାପ କାମୁଡାରେ ଜୀବନ ହାରିଛନ୍ତି । କୋଟାକଣା ଗାଁର ଜଣେ ଯୁବତୀଙ୍କୁ ସାପ କାମୁଡିଦେଇଥିଲା । ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଅଧିକାଂଶ ଗାଁ ପାଣି ଘେରରେ ରହିଛି । ଘର ଭିତରେ ପାଣି ପଶିଯାଇଥିବା ବେଳେ ଲୋକଙ୍କୁ ସାପର ଭୟ ଘାରିଛି ।