ସାମ୍ନାକୁ ଆସିଲା ଆଉ ଏକ ଛାତିଥରା ହତ୍ୟାକାଣ୍ଡ ମାମଲା । ଶ୍ରଦ୍ଧାଙ୍କ ଭଳି ଅଞ୍ଜନଙ୍କୁ ବି କରାଯାଇଥିଲା ଖଣ୍ଡ ଖଣ୍ଡ…

476

କନକ ବ୍ୟୁରୋ : ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଭଳି ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଯହା ସମସ୍ତଙ୍କୁ ଆତଙ୍କିତ କରିଦେଇଛି । ଗତ କିଛି ମାସ ହେବ ପାଣ୍ଡବ ନଗରର ରାମଲୀଳା ମୈଦାନରେ ପୋଲିସକୁ ମଣିଷ ଶରୀରର କିଛି ଖଣ୍ଡବିଖଣ୍ଡିତ ଅଂଶ ମିଳିଥିଲା । ଏହି ମାମଲାକୁ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଥିଲା । ଆଉ ୫ମାସ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଲା ।

ଦିଲ୍ଲୀ ପୁଲିସ ଗତକାଲି ଏହି ମାମଲା ଖୁଲାସା କରିଛି । ପୁଲିସ ରିପୋର୍ଟ ମୁତାବକ, ପାଣ୍ଡବ ନଗରର ରାମଲୀଳା ମୈଦାନରେ ଶବର ଯେଉଁ ଅଂଶ ମିଳିଥିଲା ତାହା ଅଞ୍ଜନ ଦାସଙ୍କର ଥିଲା । ଅଞ୍ଜନ ଦାସ ପାଣ୍ଡବ ନଗରର ନିବାସୀ ଥିଲେ । ଆଉ ତାଙ୍କର ହତ୍ୟାକାରୀ ଥିଲେ ତାଙ୍କର ନିଜ ସ୍ତ୍ରୀ ପୁନ୍ନମ ଏବଂ ପୁଅ ଦୀପକ ।

ପୁଲିସର କହିବା ଅନୁସାରେ, ଦୀପକର ସ୍ତ୍ରୀଙ୍କ ଉପରେ ଅଞ୍ଜନଙ୍କର ଖରାପ ନଜର ରହିଥିଲା । ସମୟ ସମୟରେ ଅଞ୍ଜନ ଦୀପକଙ୍କ ସ୍ତ୍ରୀଙ୍କୁ ଅଶାଳିନ ବ୍ୟବହାର କରିଥିବା କଥା ଦୀପକଙ୍କ ସ୍ତ୍ରୀ ଦୀପକ ଏବଂ ତାଙ୍କ ଶାଶୁ ପୁନ୍ନମଙ୍କୁ ଜଣାଇଥିଲେ । ଯାହାକୁ ନେଇ ପୁନ୍ନମ ଏବଂ ଦୀପକ ଅଞ୍ଜନଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ ।

ପ୍ରଥମେ ପୁନ୍ନମ ଏବଂ ଦୀପକ, ଅଞ୍ଜନଙ୍କୁ ନିଶା ଖୁଆଇ ଅଚେତ କରିଥିଲେ ଏବଂ ପରେ ଗଳା କାଟି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ସେମାନେ ୧୦ଖଣ୍ଡ କରି ଫ୍ରିଜରେ ରଖିଦେଇଥିଲେ । ପ୍ରତିଦିନ ରାତିରେ ଅଞ୍ଜନଙ୍କ ଶବର ଖଣ୍ଡକୁ ଫୋପାଡିବା ପାଇଁ ଯାଉଥିଲେ ।

ଗତ କିଛି ମାସ ତଳେ ଏହି ମାମଲାକୁ ନେଇ ପୋଲିସ ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କ ଘର ଏବଂ ଫ୍ରିଜ୍ ଯାଞ୍ଚ କରିଥିଲେ କିନ୍ତୁ କୌଣସି ସୁରାକ୍ ପାଇନଥିଲେ । ଶ୍ରଦ୍ଧା ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତକୁ ତୀବ୍ର କରିଥିଲା ଆଉ ସାମ୍ନାକୁ ଆସିଥିଲା । ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ, ଏହି ମାମଲାର ଖୁଲାସା କରିବା ପାଇଁ ଅନେକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଯାଞ୍ଚରୁ ଅଞ୍ଜନ ବାବଦରେ ପୁଲିସକୁ କିଛି ପ୍ରମାଣ ମିଳିଥିଲା । ଜଣାପଡିଥିଲା ଅଞ୍ଜନ ଘରୁ ଦୀର୍ଘ ୫ରୁ ୬ମାସ ହେବ ନିଖୋଜ ଥିଲେ । ଏହାପରେ ପୋଲିସ ଅଞ୍ଚନଙ୍କ ସ୍ତ୍ରୀ ଏବଂ ପୁଅ ଦୀପକ ସହ ସମ୍ପର୍କ କରିଥିଲେ । ପ୍ରଥମେ ଦୁଇଜଣ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପରେ ପୋଲିସ ଶକ୍ତି ଦେଖାଇବାକୁ ନିଜର ଦୋଷ ମାନିଥିଲେ ପୁନ୍ନମ ଓ ଦୀପକ ।

ପୋଲିସ ରିପୋର୍ଟ ଅନୁସାରେ, ଅଞ୍ଜନ ତିନିଥର ବିବାହ କରିଥିଲେ । ପୁନ୍ନମ ଅଞ୍ଜନଙ୍କର ତୃତୀୟ ସ୍ତ୍ରୀ ଥିଲେ । ଅଞ୍ଜନଙ୍କ ପ୍ରଥମ ସ୍ତ୍ରୀ ଏବଂ ପିଲା ବିହାରରେ ରୁହନ୍ତି । ପୁନ୍ନମଙ୍କ ସହ ଅଞ୍ଚନ ଦିଲ୍ଲୀରେ ରୁହନ୍ତି । ଅଞ୍ଜନ କୌଣସି କାମ ଧନ୍ଦା କରୁନଥିବାରୁ ସ୍ତ୍ରୀ ପୁନ୍ନମଙ୍କ ଉପରେ ନିର୍ଭରଶୀଳ ଥିଲେ । ଏପରିକି ପୁନ୍ନମଙ୍କ ଗହଣା ବିକ୍ରି କରି ବିହାରରେ ଥିବା ପରିବାର ପାଖକୁ ପଠାଇଦେଉଥିଲେ, ଯେଉଁଥିପାଇଁ ପ୍ରତିଦିନ ଝଗଡା ହେଉଥିଲା । ଯାହାକୁ ନେଇ ପୁଅ ଦୀପକ ଏବଂ ପୁନ୍ନମ ଅଞ୍ଜନଙ୍କୁ ହତ୍ୟା କରିଥିଲେ ।