ଆଇଟି ଓ ଜିଏସଟି ରେଡରୁ ମିଳିଲା କ’ଣ ? ଗତକାଲି ସକାଳୁ ରାତି ଯାଏଁ ପଦ୍ମପୁରରେ ଟିମ୍ କରିଥିଲା ରେଡ୍

173

କନକ ବ୍ୟୁରୋ : ଇନକମ ଟ୍ୟାକ୍ସ ଓ ଜିଏସଟି ରେଡରୁ ମିଳିଲା କ’ଣ ? ଗତକାଲି ସକାଳୁ ରାତିଯାଏ ପଦ୍ମପୁରରେ ଆଇଟି ଓ ଜିଏସଟି ଟିମ୍ ରେଡ୍ କରିଥିଲା । ସକାଳୁ ଆଇଟି ବିଜେଡି ନେତାଙ୍କ ଘରେ ରେଡ୍ କରିଥିଲା । ଆଉ ସଂଧ୍ୟାରେ ବିଜେପି ନେତାଙ୍କ ବ୍ୟବସାୟିକ ଠିକଣାରେ ଜିଏସଟି ଟିମ୍ ରେଡ୍ କରିଥିଲା । ଯାହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ମଧ୍ୟ ତେଜିଥିଲା । ହେଲେ ଏହି ରେଡରୁ ଆଇଟି ଏବଂ ଜିଏସଟି ଟିମକୁ ମିଳିଲା କ’ଣ ?

ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ହଠାତ୍ ଏହି ସମୟରେ ଆଇଟି ଓ ଜିଏସଟି ରେଡକୁ ନେଇ ପ୍ରଶ୍ନ ଉଠିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ରେଡ୍ ହୋଇଥିଲା ନା ରେଡ୍ ପଛରେ ସତରେ କୌଣସି ଗଫଲତି ରହିଛି ତାହା ଏବେ ବଡ଼ ପ୍ରଶ୍ନ । ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ରେଡ୍ ହୋଇଥିଲେ ମଧ୍ୟ କାହା ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ସ୍ୱଷ୍ଟ ହୋଇନି । ତେଣୁ କେବେ ଆଇଟି ଡିପାର୍ଟମେଣ୍ଟ ଏବଂ ଜିଏସଟି ଟିମ୍ ସ୍ପଷ୍ଟୀକରଣ ରଖିବ କି ରେଡ୍ ବେଳେ କଣ ମିଳିଛି ? ନା ଏହା କେବଳ ରୁଟିନ୍ ରେଡ୍ ଥିଲା ?

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଆଇଟି ରେଡ ପୂର୍ବ ନିର୍ଦ୍ଧାରିତ । ହେଲେ ଜିଏସଟି ରେଡ ହେବାରୁ ସ୍ପଷ୍ଟ ଯେ ଶାସକ ଦଳ ଆକ୍ରୋଶ ମୂଳକ ପଦକ୍ଷେପ ନେଇଛି ।ଆଇଟି ଡିପାର୍ଟମେଣ୍ଟ ଏବଂ ଜିଏସଟି ଟିମ୍ ସ୍ପଷ୍ଟୀକରଣ ରଖିବ କି ରେଡ୍ ବେଳେ କଣ ମିଳିଛି ? ନା ଏହା କେବଳ ରୁଟିନ୍ ରେଡ୍ ଥିଲା? ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଆଇଟି ରେଡ ପୂର୍ବ ନିର୍ଦ୍ଧାରିତ । ହେଲେ ଜିଏସଟି ରେଡ ହେବାରୁ ସ୍ପଷ୍ଟ ଯେ ଶାସକ ଦଳ ଆକ୍ରୋଶ ମୂଳକ ପଦକ୍ଷେପ ନେଇଛି ।