ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ ସହ ତୁଳନା କଲେ ଖଡଗେ । ବିଜେପି କହିଲା, ଗୁଜରାଟବାସୀ ଜବାବ ଦେବେ

108

କନକ ବ୍ୟୁରୋ : ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ପୂର୍ବରୁ ଆଜି ପ୍ରଚାର ଅଭିଯାନ ଶେଷ ହେବାକୁ ଯାଉଛି । ଏହି କାରଣରୁ ଗୁଜରାଟରେ ଉଭୟ କଂଗ୍ରେସ, ବିଜେପି ଓ ଆମ୍ ଆଦମୀ ପାର୍ଟି ଆଜି ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାବଣ ସହ ତୁଳନା କରିଛନ୍ତି ।

ବିଜେପି ବାରମ୍ବାର ମୋଦୀଙ୍କ ନାମରେ ଭୋଟ ମାଗୁଥିବା ଅଭିଯୋଗ କରି ଖଡଗେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ରାବଣ ଭଳି କଣ ୧୦୦ ଟି ମୁହଁ ରହିଛି । ଖଡଗେଙ୍କ ଏଭଳି ବୟାନକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବିଜେପି କହିଛି କି ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ, ଏହାର ଜବାବ ଗୁଜରାଟବାସୀ ଦେବେ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନୀ ଭାଷଣରେ କହିଥିଲେ କି ‘ପ୍ରଧାନମନ୍ତ୍ରୀ ସବୁବେଳେ ନିଜ କଥା କହୁଛନ୍ତି । ନିର୍ବାଚନୀ ସଭାରେ ମୋଦୀ କହୁଛନ୍ତି କି ତୁମେ ଅନ୍ୟ କାହାକୁ ନୁହେଁ ବରଂ ମୋତେ ଦେଖି ଭୋଟଦିଅ । ତୁମ ମୁହଁ ଆମେ କେତେଥର ଦେଖିବୁ, କର୍ପୋରେସନ ଭୋଟରେ ତୁମ ମୁହଁ, ବିଧାୟକ ନିର୍ବାଚନରେ ତୁମ ମୁହଁ, ସାଂସଦ ନିର୍ବାଚନରେ ତୁମ ମୁହଁ, ତୁମର କଣ ରାବଣ ଭଳି ଅନେକ ମୁହଁ ରହିଛି ଯେ ଭୋଟର ବାରମ୍ବାର ତୁମ ମୁହଁକୁ ଦେଖିବେ’

ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପରେ କଂଗ୍ରେସ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି କି, କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛି , ଗୁଜରାଟର ପୁଅକୁ ଅପମାନିତ କରିଥିବାରୁ ଏହାର ଜବାବ ଗୁଜରାଟବାସୀ ଦେବେ ବୋଲି ସେ କହିଛନ୍ତି ।