ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, କୋର୍ଟରେ ଜାମିନ ଆବେଦନ ଖାରଜ

129

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ଏକ ଝଟକା ଲାଗିଛି । ସିବିଆଇ ତରଫରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏବେ ତଳ କୋର୍ଟର ନିଷ୍ପତ୍ତି ବିରୋଧରେ ସିସୋଦିଆ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି ।

 

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ତରଫରୁ ବାରମ୍ବାର ମନୀଷ ସିସୋଦିଆଙ୍କୁ ଜେରା କରିବା ପରେ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ଏହାପରେ ଇଙ୍ଗି ତରଫରୁ ମଧ୍ୟ ତିହାର ଜେଲ ଭିତରେ ସିସୋଦିଆଙ୍କୁ ଜେରା କରାଯାଇଥିଲା । ଜେରା ପରେ ଇଡି ପୁଣିଥରେ ସିସୋଦିଆଙ୍କୁ ଗିରଫ କରିଥିଲା । ଏହି ମାମଲାରେ ସିସୋଦିଆ କୋର୍ଟରେ ଜାମିନ ଆବେଦନ କରିଥିଲେ ।