ଖାଇବାକୁ ନପାଇ ଆତ୍ମହତ୍ୟା କଲେ କୋଟିପତି ପୁଅର ବାପା-ମା’: ଆତ୍ମହତ୍ୟା ପୂର୍ବରୁ ପୋଲିସ ହାତକୁ ଦେଲେ ହାତଲେଖା ଚିଠି

4,010

କନକ ବ୍ୟୁରୋ: ଏ କାହାଣୀ ହେଉଛି ଏମିତି ଏକ ପରିବାରର । ଯାହାଙ୍କ ଘରେ ଅଚଳାଚଳ ସଂପତି । ଘର, ଦ୍ୱାର, ଗାଡ଼ି ଘୋଡ଼ା କୌଣସିଥିରେ ଅଭାବ ନାହିଁ । ନାତି, ଆଇଏଏସ୍ ଅଫିସର । ପରିବାର ଲୋକଙ୍କ ପାଖରେ ୩୦ କୋଟିର ସଂପତି । କିନ୍ତୁ ଏଭଳି ଏକ ପରିବାର’ର ମୂଳ ଦୁଆ ଥିବା ବୃୃଦ୍ଧ ଦମ୍ପତି, ଦୁଇ ଦୁଇ ଓଳି ଖାଇବାକୁ ନପାଇଁ ଆତ୍ମହତ୍ୟା କରିବା ଭଳି ଖବର ଏବେ ଚାଂଚଲ୍ୟ ଖେଳାଇ ଦେଇଛି । ଏହି ଘରେ ସଂପତିର ଅଭାବ ନଥିଲା, ବରଂ ଅଭାବ ଥିଲା କେବଳ ସଂପର୍କକୁ ବୁଝିବାର । କୋଳେଇ କାଖେଇ ବଡ଼ କରିଥବା ନାତି ଏବଂ ଗୋଟିଏ ପୁଅ, କେତେ ନିର୍ଦ୍ଦୟୀ ହୋଇଗଲେ ଯେ, ବୃଦ୍ଧ ଦମ୍ପତିଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଛି ।

ଏଭଳି ଏକ ଘଟଣା ଘଟିଛି ହରିୟାଣାର ଚର୍୍ଖି ଦ୍ରାହି ସହରରେ । ଖାଇବାକୁ ମାଗିଲେ ମିଳୁଥଲା ବାସୀ ରୁଟି । ଆପତି କରୁଥିଲେ ମିଳୁଥିଲା ମାଡ଼ । ଯନ୍ତ୍ରଣା ଅସହ୍ୟ ହୋଇଯିବାରୁ ମୃତ୍ୟୁର ବାଟ ବାଛି ନେଇଛନ୍ତି ଏହି ବୃଦ୍ଧ ଦମ୍ପତି । ବଡ଼ କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ବୃଦ୍ଧ ଦମ୍ପତି ଏକ ସୁସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଯେଉଁ ଚିଠିରେ ରହିଛି ତାଙ୍କ ଦୁଃଖ ଓ ଯନ୍ତ୍ରଣାର ପୁରା କାହାଣୀ । ଆତ୍ମହତ୍ୟା କରିଥିବା ଏହି ଦମ୍ପତିଙ୍କ ହେଉଛନ୍ତି ୭୮ ବର୍ଷିୟ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ ଏବଂ ତାଙ୍କ ପତ୍ନୀ, ଭାଗ୍୍ଲୀ ଦେବୀ, ଯାହାଙ୍କା ବୟସ ୭୭ ବର୍ଷ । ଏହି ଦମ୍ପତିଙ୍କ ମୂଳ ଘର ହରିୟାଣାର ଗୋପୀ ଗାଁରେ । ଏହି ବୃଦ୍ଧ ଦମ୍ପତି ବାଢ଼ଡାରେ ନିଜ ପୁଅ ବୀରେନ୍ଦ୍ର ଆର୍ଯ୍ୟଙ୍କ ଘରେ ରହୁଥିଲେ । ଆତ୍ମହତ୍ୟା ସମ୍ପର୍କରେ ଜାଣିବା ପରେ ସମ୍ପର୍କୀୟମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ମାମଲା ରୁଜୁ କରିଛି । ପୁଅ ବୀରେନ୍ଦ୍ର ଆଚାର୍ଯ୍ୟାଙ୍କ ଘରେ ରହୁଥିଲେ ଏହି ବୃଦ୍ଧ ଦମ୍ପତି । ବୀରେନ୍ଦ୍ରଙ୍କ ପୁଅ ୨୦୨୧ ବ୍ୟାଚର ଆଇଏସ୍ ଅଧିକାରୀ ।