ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ସତର୍କ କରାଇଲା ଡିସିଜିଆଇ ।

618

କନକ ବ୍ୟୁରୋ: ଶିଶୁଙ୍କ ପାଇଁ ଘାତକ କଫ୍ ସିରପ୍ । ଭାରତର ଡ୍ରଗ୍ କଂଟ୍ରୋଲର ଜେନେରାଲ ବା ଡିସିଜିଆଇ କ୍ଲୋରୋଫିନିରାମାଇନ୍ ମିଲେଟ୍, ଫିନାଇଲଫ୍ରାଇନ୍ କଫ୍ ସିରପ୍ ୪ ବର୍ଷରୁ କମ୍ ବୟସର ଶିଶୁଙ୍କ ବିପଜ୍ଜନକ ବୋଲି କହିଛି । ଏହି ବୟସର ଶିଶୁ ଏପରି କଫ୍ ସିରପ୍ ନନେବା ପାଇଁ ଚେତାଇଛି ଡିସିଜିଆଇ ।

କ୍ଲୋରୋଫିନିରାମାଇନ୍ ମିଲେଟ୍ ଆଇପି ୨ ଏମ୍ଜି ଓ ଫିନାଇଲଫ୍ରାଇନ୍ ଏଚ୍ସିଏଲ୍ ୫ ଏମ୍ଜି କମ୍ବିନେସନ୍ର ସିରପକୁ ମୁଖ୍ୟତଃ ଥଣ୍ଡା କାଶ ଏବଂ ଫ୍ଲୁର ଚିକିତ୍ସା ପାଇଁ ବ୍ୟବହାର ହୋଇଥାଏ । ଗତ ୧୮ ତାରିଖରେ ଡିସିଜିଆଇ ଫିକ୍ସଡ ଡ୍ରଗ୍ସ କମ୍ପିନେସନ୍ ବା ଏଫ୍ଡିସିକୁ ନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛି । ଏହି କଫ୍ ସିରପ୍ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯିବା କଥା ନୁହେଁ ବୋଲି ଚେତବାନୀ ଲେଖାଯାଉ । ବିନା ମଞ୍ଜୁରୀରେ ଥଣ୍ଡାକାଶର ଚିକିତ୍ସା ପାଇଁ ଡ୍ରଗ୍ସ ଫର୍ମୁଲା ବ୍ୟବହାର କରାଯିବା ଉପରେ ଡିସିଜିଆଇ ଚିନ୍ତାବ୍ୟକ୍ତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବିନା ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଷ୍ଟୋରରୁ ଔଷଧ କିଣି ନନେବାକୁ କହିଛି । ଡିସିଜିଆଇର ସୂଚନା ଅନୁସାରେ ୨୦୧୯ରେ ୧୨ ଶିଶୁଙ୍କ ମୃତ୍ୟୁ କଫ୍ ସିରପ୍ ପିଇବା ଯୋଗୁ ହୋଇଛି । ଅନ୍ୟ ୪ ଜଣଙ୍କ ଶରୀରରେ ଗୁରୁତର ପ୍ରଭାବ ଦେଖିବାକୁ ମିଳିଥିଲା । ଏହା ପରେ ୨୦୨୩ ଜୁନ୍ରୁ ଭାରତ ବାହାରକୁ ପଠାଯାଉଥିବା କଫ୍ ସିରପ୍ର ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଥିଲା ।