ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା । ରାଉରକେଲାରେ ଝାଡାବାନ୍ତି ନେଇ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା । ପ୍ରକୃତ କାରଣ ଖୋଜୁଛି ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ।

84

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହୋଇ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ତେ୍ୱ୍ୱ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ ।

ରାଉରକେଲା ଝାଡାବାନ୍ତିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।