ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପି ବିଧାୟକ । ମୋଦିଙ୍କୁ ଭଗବତ୍ ଗୀତା ଉପହାର ହେଲେ ସୂର୍ଯ୍ୟବଂଶୀ ସୂରଜ । ।

186

କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଅଛନ୍ତି ରାଜ୍ୟର ବିଜେପି ବିଧାୟକ । ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୋଦିଙ୍କୁ ଗୀତା ଉପହାର ଦେଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ହୋଇଛି । ଆଗାମୀ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେନେଇ ପ୍ରଧାନମନ୍ତ୍ରୀ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଥିବା ଜଣାପଡ଼ିଛି ।

ସେହିପରି ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସମୟରେ ଆଗାମୀ ନୀର୍ବାଚନ ରଣନୀତିକୁ ନେଇ ଆଲୋଚନା ହୋଇଛି । ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଛନ୍ତି । ଆଜି ବିଧାୟକମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ସମ୍ଭାବନା ରହିଛି ।