ମାନବ ଚାଲାଣ ମାମଲା : ପଞ୍ଜାବୀ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

103

କନକ ବ୍ୟୁରୋ : ଜଣାଶୁଣା ଗାୟକ ଦଲେର ମେହନ୍ଦୀ ଗିରଫ । ମାନବ ଚାଲାଣ ମାମଲାରେ ପଞ୍ଜାବ ପୋଲିସ୍ ଦଲେର ମେହନ୍ଦୀଙ୍କୁ ଗିରପ କରିଛି । ଏହି ମାମଲାରେ ଦଲେରଙ୍କୁ ପଟିଆଲା ହାଇକୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଦଣ୍ଡବିଧାନ ୩ ବର୍ଷରୁ କମ୍ ହେବାରୁ ସେତେବେଳେ ଦଲେରଙ୍କୁ ଜାମିନ ମିଳିଯାଇଥିଲା । ପରେ ଦଲେର ଦଣ୍ଡାଦେଶ ବିରୋଧରେ ପଟିଆଲା ସେସନ୍ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଗୁରୁବଳର ୨ ବର୍ଷର ଦଣ୍ଡାଦେଶକୁ କାଏମ ରଖିଛନ୍ତି ।

ଯାହା ପରେ ତାଙ୍କୁ ପୋଲିସ୍ ଗିରଫ କରିଛି । ଦଣ୍ଡାଦେଶ କାଟିବା ପାଇଁ ଦଲେରଙ୍କୁ ପଟିଆଲା ସେଂଟ୍ରାଲ ଜେଲକୁ ନିଆଯାଇଛି । । ୨୦୦୩ରେ ଦଲେରଙ୍କ ବିରୋଧରେ ଏହି ବେଆଇନ ମାନବ ଚାଲାଣ ମାମଲା ରୁଜୁ ହୋଇଥିଲା ଏବଂ ଦୀର୍ଘ ୧୫ ବର୍ଷ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୨୦୦୩ରେ ଦଲେର, ତାଙ୍କର ଭାଇ ସମଶେର ସିଂହ ଏବଂ ଅନ୍ୟ ଦୁଇଜଣଙ୍କୁ ମାନବ ଚାଲାଣ ମାମଲାରେ ପଟିଆଲା ପୋଲିସ୍ ଗିରଫ କରିଥିଲା । ପ୍ରଥମ ଅଭିଯୋଗ ରେଜିଷ୍ଟର ପରେ ପୁଲିସ୍ ଦଲେରଙ୍କ ବିରୋଧରେ ୩୫ଟି ସମାନ ଅଭିଯୋଗ ପାଇଥିଲା ।