ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହେଲେ କେଜ୍ରିୱାଲଙ୍କର ଆଉ ଜଣେ ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଆନନ୍ଦଙ୍କ ଠିକଣାରେ ଇଡିର ଚଢାଉ

126

କନକ ବ୍ୟୁରୋ : ମଦ ଦୁର୍ନୀତି ମାମଲାକୁ ନେଇ ବଢୁଛି ଆପ୍ ଅଡୁଆ । ଜଣକ ପରେ ଅନ୍ୟ ଜଣେ ନେତା ଏହି ମାମଲାରେ ଇଡି ସ୍କାନରକୁ ଆସୁଛନ୍ତି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଇଡି ପକ୍ଷରୁ ମାରାଥନ ରେଡ୍ କରାଯାଇଛି । ବେଆଇନ ଅର୍ଥ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ୫୭ବର୍ଷୀୟ ରାଜ କୁମାର ଆନନ୍ଦ ଦିଲ୍ଲୀ ପଟେଲ ନଗରରୁ ବିଧାୟକ ଅଛନ୍ତି । ରାଜ କୁମାର ଆନନ୍ଦ ସମାଜ କଲ୍ୟାଣ ମନ୍ତ୍ରୀ ହୋଇଥିବା ବେଳେ ତାଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ମଧ୍ୟ କିଛି ସମୟ ପାଇଁ ଦିଆଯାଇଥିଲା   । ସ୍ୱାସ୍ଥ୍ୟ ମନ୍ତ୍ରୀ ମନୀଷ ସିଶୋଦିଆ ଓ ଶିକ୍ଷା ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ଗିରଫ ପରେ ରାଜ କୁମାରଙ୍କୁ ଏହି ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଥିଲା । ପରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ସøରଭ ଭରଦ୍ୱାଜଙ୍କୁ ଦିଆଯାଇଥିବା ବେଳେ ଅତୀଶୀଙ୍କ ଶିକ୍ଷା ବିଭାଗ ଦିଆଯାଇଥିଲା ।