ଜାମତରା ଗ୍ୟାଙ୍ଗ୍ ବ୍ୟବହାର କରୁଥିଲେ ସିମ୍ ବକ୍ସ : ଜାଲ୍ ମେସେଜ ପଠାଇ କରୁଥିଲେ ଠକେଇ; ଜାଣନ୍ତୁ ସିମ୍ ବକ୍ସ କ’ଣ ?

140

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଚାଲିଥିଲା ସାଇବର ଠକେଇ ଯୋଜନା । ଜଙ୍ଗଲରେ ଏକ ମୋବାଇଲ୍ ଟାୱାର ତଳେ ବସି ବିଭିନ୍ନ ମୋବାଇଲ ନମ୍ବରରେ ପଠାଉଥିଲେ ଲକ୍ଷାଧିକ ମେସେଜ୍ । ଗୋଟିଏ ଘଣ୍ଟାରେ ଏକ ସମୟରେ ପଠାଉଥିଲେ ୫୫ ହଜାର ୬୦୦ ମୋବାଇଲ୍ ନମ୍ବରକୁ ମେସେଜ୍ । ଜାଲ ମେସେଜ୍ ପଠାଇ କୋଟି କୋଟି ଟଙ୍କା ଠକେଇ କରୁଥିବା ସାଇବର ମାଫିଆ ଗ୍ୟାଙ୍ଗକୁ କ୍ରାଇମବ୍ରାଞ୍ଚ ଠାବ କରିଛି ।

ଗ୍ୟାଙ୍ଗର ୬ ଅଭିଯୁକ୍ତଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ସାଇବର ଥାନା କୋର୍ଟ ଚାଲାଣ କରିଛି । ସାଇବର ଟିମ୍ ସେମାନଙ୍କଠାରୁ ପ୍ରାୟ ୩ ହଜାର ଜାଲ ସିମ୍ କାର୍ଡ ୫ ଲକ୍ଷ ଟଙ୍କାର ଦୁଇଟି ସିମ୍ ବକ୍ସ, ୭ଟି ଲାପ୍ଟପ୍, ୧୬ଟି ମୋବାଇଲ୍ ଫୋନ୍ ଓ ମୋବାଇଲ ସରଞ୍ଜାମ ଜବତ କରାଯାଇଛି । ଗିରଫ ସାଇବର ଠକଙ୍କ ଲିଙ୍କ ଝାଡଖଣ୍ଡର ଜାମତରା ଗ୍ୟାଙ୍ଗଠାରୁ ଆରମ୍ଭ କରି ଦେଶର ଅନ୍ୟ ସାଇବର ମାଫିଆଙ୍କ ଲିଙ୍କରେ ଥିବା ଅନୁମାନ କରାଯାଉଛି ।

ସିମ୍ ବକ୍ସ କ’ଣ ?

– ସିମ୍ ବକ୍ସ ଏକ ଡିଭାଇସ୍ ବା ଯନ୍ତ୍ର
– ମୋବାଇଲ୍ ଟାୱାର ତଳେ ବସି ଅପରେଟ୍ କରାଯାଏ
– ଗୋଟିଏ ସିମ୍ ବକ୍ସରେ ଏକାଥରେ ୫୧୨ଟି ସିମ୍ ପଡିଥାଏ
– ଏକାଥରକେ ହଜାର ହଜାର ମୋବାଇଲ ନମ୍ବରକୁ ପଠାଯାଇପାରେ
– ଘଣ୍ଟାକରେ ୫୫ ହଜାର ଲୋକଙ୍କୁ କରାଯାଉଥିଲା ମେସେଜ୍
– ଲୋକଙ୍କୁ ଫୋନ୍ କରିବା ସହ ବାର୍ତ୍ତା ପଠାଯାଇପାରେ
– ବିଭିନ୍ନ ସୁବିଧା ସୁଯୋଗ ଆଳରେ ଲୋକଙ୍କୁ ପ୍ରଲୋଭିତ କରାଯାଏ
– ଚତୁରତାର ସହ ବ୍ୟକ୍ତିଗତ ତଥ୍ୟ ବ୍ୟକ୍ତିଗତ ତଥ୍ୟ ହାସଲ କରିନିଅନ୍ତି ଠକ
– ଆକାଉଣ୍ଟରୁ ଟଙ୍କା ଗାଏବ କରି ନିଅନ୍ତି ସାଇବର ଠକ