କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା କୋଭିଡ ଟିକା

131

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ରାଜ୍ୟର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ କୋଭିଡ ଟିକା ଦେବା ନେଇ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ପ୍ରଥମେ କେରେଳ , ହରିଆଣା, ଓଡିଶା, ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ନିଜ ନିଜ ରାଜ୍ୟରେ ନାଗରିକଙ୍କୁ ମାଗଣାରେ କୋଭିଡ ଟିକା ଦେବେ ବୋଲି ଘୋଷଣା କରିଥିଲେ ।

ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଜରିଆରେ ଜଣାଇଛନ୍ତି କି ରାଜ୍ୟର ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଟିକା ଉପଲବ୍ଧ ହେବ ।

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ କର୍ଣ୍ଣାଟକରେ ୩୪,୮୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ବେଙ୍ଗାଲୁରରୁ ୨୦.୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୯,୨୦୧ ରେ ପହଂଚିଛି । ଏହାସହ ଗତ ୨୪ ଘଂଟା ମଧ୍ୟରେ କର୍ଣ୍ଣାଟକରେ କରୋନା ସଂକ୍ରମଣ ଜନିତ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ଜନିତ ମୃତ୍ୟୁ ସଂଖ୍ୟା ୧୪,୪୨୬ କୁ ବୃଦ୍ଧି ପାଇଛି । କହିରଖୁ କି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ୨ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ।