କରୋନା କାଳରେ ଗରିବଙ୍କ ଅନ୍ନଦାତା ସାଜିଛନ୍ତି ମହମ୍ମଦ କାସିମ । ଚିକେନ୍ ବ୍ୟବସାୟ କରି ମାଗଣାରେ ଦେଉଛନ୍ତି ଖାଇବା ।

98

କନକ ବ୍ୟୁରୋ: କରୋନା ବିଗାଡି ଦେଇଛି ସବୁ କିଛି । ଗରିବ ଲୋକଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । କାମ ଧନ୍ଦା ମିଳୁନି, ଅସହାୟ ହୋଇପଡିଛନ୍ତି ତଳ ଶ୍ରେଣୀର ଲୋକ । ଏପରି ସମୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛନ୍ତି କଲ୍ୟାଣସିଂପୁରର ମହମ୍ମଦ କାସିମ ।

ଜଣେ ଗରିବ ହିଁ ବୁଝିପାରେ ଭୋକର ଜ୍ୱଳା କ’ଣ । କଲ୍ୟାଣସିଂପୁରର ମହମ୍ମ କାସିମ ନିଜେ ଗରିବ ଆଉ ଚିକେନ ବେପାର କରି ପରିବାର ଚଳାନ୍ତି । ଆଉ ସେଥିରୁ ଯାହା ବଳେ ସେହି ଟଙ୍କାରେ ପ୍ରତି ଗୁରୁବାର ଗରିବଙ୍କୁ ସେ ମାଗଣା ଖାଦ୍ୟ ବଂଟନ କରନ୍ତି । ତାଙ୍କ ଦୁଆରକୁ ଆସି କେହି ଖାଲି ପେଟର ଯାଆନ୍ତି ନାହିଁ । ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ କି ଖ୍ରୀଷ୍ଟିଆନ, କୌଣସି ଭେଦ ଭାବ ନରଖି ଖୋଲା ହୃଦୟରେ ଗରିବଙ୍କୁ ଖୁଆନ୍ତି ମାଗଣା ଖାଦ୍ୟ।

କରୋନା କାଳରେ ବାହାରେ ସଂକ୍ରମଣର ଭୟ, ପେଟରେ ଭୋକର ତାଡନା । ଏପରି ସମୟରେ ଗରିବଙ୍କ ଭୋକ ମେଂଟାଇବାକୁ ଆଗେଇ ଆସିଛନ୍ତି ମହମ୍ମଦ କାସିମ । ପ୍ରତି ଗରିବାର ମାଗଣା ଖାଦ୍ୟ ଦେଉଥିବା ବେଳେ ମାସର ଶେଷ ଗୁରୁବାର ଚିକେନ ଭାତ ଓ ମିଠା ମଧ୍ୟ ଦେଇଥାନ୍ତି । ଜଣେ ଚିକେନ ବେପାରି ସେକ ମହମଦ କାସିମଙ୍କ ଏପରି ସମାଜସେବାର ଖବର ପାଇ ବିଦେଶ ମାଟିରୁ ସହାୟତାର ହାତ ବଡାଇଛନ୍ତି ଜଣେ ବାଦାନ୍ୟ ବ୍ୟକ୍ତି । ସ୍ଥାନୀୟ ତହସିଲଦାର ଓ ଥାନାକୁ ଜଣାଇ ଗରିବଙ୍କୁ ମାଗଣା ଖାଦ୍ୟ ଦେବା ଆରମ୍ଭ କରିଛନ୍ତି ମହମ୍ମଦ କାସିମ । ଲୋକଙ୍କୁ କରୋନା ସଚେତନତା ସହ ଗରିବ ମୁହଁରେ ଆହର ଦେଇ ପାରୁଥିବାରୁ ଗର୍ବିତ ବୋଲି ସେ କହିଛନ୍ତି ।