ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ରାଜ୍ୟରେ ଉପରମୁହାଁ କରୋନା ମିଟର । ଏବେ ବି ଲୋକ ମାନୁନାହାନ୍ତି କୋଭିଡ୍ ନିୟମ, ସୀମାରେ ଜୋରଦାର ଚେକିଂ

129

କନକ ବ୍ୟୁରୋ: ସୁନ୍ଦରଗଡର ବଜାରକୁ ହଜାର ହଜାର ଲୋକ କିଣାବିକା କରିବାକୁ ଆସୁଛନ୍ତି । ହେଲେ ଅଧିକାଂଶ ବ୍ୟକ୍ତିଙ୍କ ମୁହଁରେ ମାସ୍କ ନାହିଁ, କିମ୍ବା ସାମାଜିକ ଦୂରତା ବି ନାହିଁ । ସୁନ୍ଦରଗଡର ଜିଲ୍ଲାରେ ସଂକ୍ରମଣ ସର୍ବାଧିକ ରହିଥିବା ବେଳେ ଏଭଳି ଖୁଲମ ଖୁଲା ନିୟମ ଉଲ୍ଲଘଂନ ଏବେ କରୋନା କଟକଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେପଟେ ଛତିଶଗଡ ଓ ଝାରଖଣ୍ଡର ସୀମାନ୍ତବର୍ତିୀ ଅଚଂଳରୁ ଲୋକଙ୍କ ଅବାଧ ଯିବା ଆସିବା ସଂକ୍ରମଣ ବଢାଉଥିବା କୁହାଯାଉଛି ।

ସେପଟେ ରାଉରକେଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କରୋନାରେ ପୀଡିତ ଜଣେ ମହିଳାଙ୍କୁ ତୁରନ୍ତ ଭେଂଟିଲେଟର ଚିକିତ୍ସାର ଆବଶ୍ୟକତା ପଡିଥିବା ବେଳେ, ତିନି ଦିନ କାଳ ଭେଂଟିଲେଟର ଚିକିତ୍ସା ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ହୋଇଛି ।

ଛତିଶଗଡ ପଟୁ ସଂକ୍ରମଣର ଭୟ ଥିବାରୁ ପଶ୍ଚିମଓଡିଶାର ଜିଲ୍ଲାଗୁଡିକ ନିଜ ସୀମା ସିଲ କରିଛନ୍ତି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟପାଡ ବ୍ଲକର ଚାନ୍ଦିଲି ଠାରେ ତମ୍ବୁ ଟାଣି ବସିଛି ପୁଲିସ । ସେପଟେ ଝାରସୁଗୁଡାର ପ୍ରଶାସନ ପକ୍ଷରୁ ଛତିଶଗଡକୁ ସୀମାରେ ଥିବା କନକତୋରା, ଏକ୍ତାଲ ଛକ, ଲରା ଛକରେ ପୋଲିସ ରାସ୍ତା ବନ୍ଦ କରି କଡାକଡି ଚେକିଂ କରୁଛି । ଯେପରି ଜଣେ ବି ସଂକ୍ରମିତ ବ୍ୟକ୍ତି ଛତିଶଗଡରୁ ଓଡିଶା ଭିତରେ ପଶି ନଆସନ୍ତି ସେନେଇ ତୀକ୍ଷଣ ନଜର ରଖାଯାଇଛି ।

ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଉଦ୍ୟମ ହେଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ବଜାର କମିଟି ସଭ୍ୟଙ୍କୁ ଧରି ସଚେତନା କରିଛନ୍ତି ।