କଂଗ୍ରେସ ସାଂସଦ ଡିକେ ସୁରେଶଙ୍କ ବୟାନକୁ ନେଇ ସଂସଦରେ ଝଡ଼ । ଦକ୍ଷିଣଭାରତୀୟ ରାଜ୍ୟକୁ ନେଇ ପୃଥକ ଦେଶ କରିବାକୁ କହିଥିଲେ ଡିକେ ସୁରେଶ

98

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଡିକେ ସୁରେଶଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ସଂସଦରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ । କଂଗ୍ରେସ ନେତୃତ୍ୱଙ୍କ ନୀରବତାକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ, ଉତର ରଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ଯେ କୌଣସି ଦଳର ସାଂସଦ ହୁଅନ୍ତୁ, ଦେଶ ଭାଙ୍ଗିବାକୁ ବୟାନ ଦେବା ନିନ୍ଦନୀୟ ବୋଲି ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି । ସେପଟେ ଏଭଳି ବିବାଦୀୟ ବୟାନ ଦେବା ପରେ ସାଂସଦ ପଦରେ ରହିବାକୁ ଡିକେ ସୁରେଶ ଯୋଗ୍ୟତା ହରାଇଥିବା ବିଜେପି ପକ୍ଷରୁ କୁହାଯାଇଛି ।