ଆସନ୍ତାକାଲି କଂଗ୍ରେସ ସିଡବ୍ଲ୍ୟୁସି ବୈଠକ । ନେତୃତ୍ୱ ପରିବର୍ତ୍ତନ ନେଇ ହୋଇପାରେ ଆଲୋଚନା। 

149

କନକ ବ୍ୟୁରୋ: ୫ ରାଜ୍ୟରେ କଂଗ୍ରେସ ଅମାନତ ହାରିବା ପରେ ଏବେ ଦଳର ନେତୃତ୍ୱ ପରିବର୍ତନ ନେଇ ହୋଇପାରେ ଆଲୋଚନା । ଆସନ୍ତାକାଲି ଏ ନେଇ କଂଗ୍ରେସ କାର୍ଯ୍ୟକାରୀ ବୈଠକ ବସିବ ବୋଲି ଜଣାପଡିଛି । ଦଳର ନେତୃତ୍ୱ  ପରିବର୍ତନ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି । ସେପ୍ଟେମ୍ବରରେ ଏ ନେଇ ନିର୍ବାଚନ ହେବ ବୋଲି ପୂର୍ବରୁ କଂଗ୍ରେସ କହିଥିଲା । କିନ୍ତୁ ଏବେ ଏହି ନିର୍ବାଚନ ଆଗୁଆ ହୋଇପାରେ । ଆସନ୍ତାକାଲି ବୈଠକ ବସିବା ପୂର୍ବରୁ ଶୁକ୍ରବାର ରାତିରେ ଦଳର ୨୩ ଅସନ୍ତୁଷ୍ଟ ନେତା ଏକାଠି ହୋଇଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ଏହି ବୈଠକ ବସିଥିଲା । ଏଥିରେ ପଞ୍ଜାବ କଂଗ୍ରେସ ନେତା ମନୀଷ ତିୱାରୀ ଏବଂ ଅନ୍ୟାନ୍ୟ ନେତା ସାମିଲ ହୋଇଥିଲେ । ସେହିପରି ସାଂସଦ ଶଶୀ ଥରୁର ମଧ୍ୟ ନେତୃତ୍ୱ ପରିବର୍ତନ ହେବା ଦରକାର ବୋଲି ଦାବି କରିଛନ୍ତି । କିନ୍ତୁ କର୍ଣ୍ଣାଟକ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଡିକେ ଶିବକୁମାର ନେତୃତ୍ୱ ଗାନ୍ଧୀ ପରିବାର ସମର୍ଥନରେ ରଖିଛନ୍ତି । ପଞ୍ଜାବରେ କଂଗ୍ରେସ ହାରିବା ପଛରେ ଦଳର କନ୍ଦଳ ବୋଲି ଜଣାପଡିଛି ।