ଖୋର୍ଦ୍ଧା ବେଗୁନିଆ ବଜାରରେ ୧୪୪ ଧାରା ଜାରି । ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତ୍ତେଜନା ପରେ ଲାଗିଲା କଟକଣା

199

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆ ବଜାରରେ ଜାରି ହେଲା ଧାରା ୧୪୪ । ବ୍ଲକ୍ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସେହି ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି । ତେବେ ଆଇନ୍ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଧାରା ୧୪୪ ବଳବତ୍ତର ରହିବ । ସୂଚନାଯୋଗ୍ୟ ଯେ, ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାପରେ ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଧାରା ୧୪୪ ଜାରି କରିଛି ।