ପ୍ରଧାନମନ୍ତ୍ରୀଙ୍କ ଭ୍ରଷ୍ଟାଚାର ବୟାନ ଉପରେ ବର୍ଷିଲେ ନିତୀଶ, କେନ୍ଦ୍ର ସରକାରଙ୍କୁ ନେଇ କହିଲେ ଏଭଳି କଥା

218

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏକ ଭାଷଣରେ କହିଥିଲେ କି କିଛି ରାଜନୈତିକ ଦଳ ଏବେ ଦୁର୍ନୀତିଖୋର ନେତାଙ୍କୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଏବେ ଏବେ ଏନଡିଏ ଛାଡି ମହା ଗଠବନ୍ଧନରେ ସାମିଲ ହୋଇଥିବା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ମୁଁ କେନ୍ଦ୍ରରେ ବସିଥିବା ଲୋକଙ୍କ କଥାକୁ ଧ୍ୟାନ ଦିଏ ନାହିଁ । ଏହା ସହ ନିତୀଶ କୁମାର ଅଟଳ ବିହାରୀ ବାଜପେୟୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ଅଟଳଙ୍କ ସରକାରରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏବେର କେନ୍ଦ୍ର ସରକାର ଜାଣିବା ଦରକାର କି ଅଟଳଜୀ କିଭଳି ଭାବେ ସମସ୍ତ ଦଳକୁ ନେଇ  କାମ କରୁଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କହିଥିଲେ ଯେ ଭ୍ରଷ୍ଟାଚାରୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ଏବେ ରାଷ୍ଟ୍ରୀୟ ରାଜନୀତି ଧ୍ରୁବିକରଣ ହୋଇଛି । କିଛି ରାଜନୈତିକ ନେତା ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଦେବାକୁ ଏକଜୁଟ ହେବାରେ ଲାଗିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ କି, ଦୁର୍ନୀତି ଦେଶର ବିକାଶ ଓ ଯୁବକଙ୍କ ହିତରେ ସବୁଠାରୁ ବଡ ବାଧକ ସାଜିଛି ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଉପରେ କେବଳ ନିତୀଶ ନୁହଁନ୍ତି ବରଂ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ, ବିଜେପିରେ ଏବେ ପାଖା ପାଖି ୧ ହଜାର ବିଧାୟକ ଓ ୩୦୦ ରୁ ଅଧିକ ସାଂସଦ ରହିଛନ୍ତି । ହେଲେ ସିବିଆଇ କି ଇଡି ଏବେ କାହିଁକି ସେମାନଙ୍କ ମଧ୍ୟରୁ କାହାରି ଘରେ ଚଢାଉ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।