ବିଧାୟକଙ୍କ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ବ୍ୟାନର ଓ ପୋଷ୍ଟର ଚିରାକୁ ନେଇ ବିଡିିଓଙ୍କ ନିକଟରେ ଅଭିଯୋଗ ।

161

କନକ ବ୍ୟୁରୋ: ବିଧାୟକଙ୍କ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପଞ୍ଚାୟତରେ ପୋଷ୍ଟର ବ୍ୟାନର ଚିରାକୁ ନେଇ ଦେଖା ଦେଇଛି ଉତ୍ତେଜନା । ଗତକାଲି ଭଦ୍ରକ କେଦାରପୁର ଗାଁକୁ ବିଧାୟକ ସଂଜୀବ ମଲ୍ଲିକ ନିଜର ସମର୍ଥକ ସରପଞ୍ଚ ଓ ସମିତିସଭ୍ୟ ପାର୍ଥୀଙ୍କ ପ୍ରଚାର ପାଇଁ ଯାଇଥିଲେ । ଏହି ସମୟରେ ଉଭୟ ଶାସକ ଓ ସ୍ୱାଧୀନ ପାର୍ଥୀ ସମର୍ଥକ ମୁହାଁମୁହିଁ ହୋଇଥିଲେ । ସ୍ୱାଧୀନ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଅଟକାଇବା ସହ ଡ୍ରାଇଭରକୁ ଶାସକ ଦଳର ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି । ପରେ ସେହି ରାସ୍ତା ଦେଇ ଯିବା ବେଳେ  ବିଧାୟକ ଘଟଣାରେ ହସ୍ତକ୍ଷେପ କରି ବିବାଦର ସମାଧାନ କରିଥିଲେ । ଏବେ ବ୍ୟାନର ଓ ପୋଷ୍ଟର ଚିରାକୁ ନେଇ ସ୍ୱାଧୀନ ପାର୍ଥୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।