ମାର୍ଚ୍ଚ ୨୦ରୁ ଦୁଇ ଦିନିଆ ରଷିଆ ଗସ୍ତ କରିବେ ଚୀନ ରାଷ୍ଟ୍ରପତି । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରିବେ ସି-ଜିନପିଙ୍ଗ

91

କନକ ବ୍ୟୁରୋ : ଯୁଦ୍ଧକୁ ପୂରିଛି ବର୍ଷେ । ଏହା ଭିତରେ ୧୨ ସୁତ୍ରୀ ଶାନ୍ତି ବାର୍ତା ନେଇ ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ ରଷିଆ ଗସ୍ତ କରିବେ । ଏନେଇ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି କି, ରଷିଆ ନିମନ୍ତ୍ରଣକୁ ରକ୍ଷା କରି ସି-ଜିନପିଙ୍ଗ ମାର୍ଚ୍ଚ ୨୦ରୁ ୨୨ ରଷିଆଗସ୍ତ କରିବେ । ଦୁଇ ଦେଶ ମଧ୍ୟରେ ଗୁୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କାର୍ଯ୍ୟକ୍ରମ ରହିଛି । ରାଜନୈତିକ, ବ୍ୟାପାର, ସାମାରିକା ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ । ଯୁଦ୍ଧ ରୋକିବକୁ, ସଙ୍କଟ କମ କରିବାକୁ, ଶାନ୍ତି ବଜାୟ ରଖିବାକୁ, ସଂଘର୍ଷ ବିରାମ ପାଇଁ ଚୀନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇବ । ଚର୍ଚ୍ଚା ହେଉଛି ଯୁଦ୍ଧକୁ ନେଇ ରୁଷ ଓ ଚୀନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ଚୀନ କହିଥିଲା ଆଲୋଚନା ମାଧ୍ୟରେ ଯୁଦ୍ଧକୁ ବନ୍ଦ କରାଯିବ ଉଚିତ । ଆଣବିକ ଅସ୍ତ୍ର ବ୍ୟବହାରକୁ ମଧ୍ୟ ଦେଶ ବିରୋଧ କରିଥିଲା । ସେପଟେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନସ୍କିଙ୍କ ସହ ଜିନପିଙ୍ଗଙ୍କ ଭର୍ଚୁଆଲ ବୈଠକ ହୋଇପାରେ ।

ଗୋଟେ ପଟେ ଚୀନ ରାଷ୍ଟ୍ରପତି ରଷିଆ ଯାଉଥିବାବେଳେ ଅନ୍ୟପଟେ ଆମେରିକାର ଚିନ୍ତା ବଢିଛି । ଆମେରିକା ଏକଥା ଆଶଙ୍କା କରୁଛି ଶାନ୍ତି କଥା କହୁଥିବା ଚୀନର ଏକ ବଡ ଚାଲ ହୋଇପାରେ   । ଯୁଦ୍ଧରେ ସବୁବେଳେ ରଷିଆକୁ ସମର୍ଥନ କରି ଆସୁଥିବା ଚୀନ ଏବେ କ୍ରେମଲିନକୁ ବଡ ଧରଣର ସାମରିକ ସହାୟତା କରିପାରେ ।ଯଦି ଆଶଙ୍କା ସତ ହୁଏ ତେବେ ଆଗକୁ ଭୟାବହ ହୋଇପାରେ ଯୁଦ୍ଧ ।

କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନଗସ୍ତ କରିଥିଲେ ଓ ସବୁପ୍ରକାର ସମର୍ଥନ ଏବଂ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ ।ଏବେ ଚୀନ ରାଷ୍ଟ୍ରପତିଙ୍କ ରଷିଆଗସ୍ତ ଆଗକୁ ଯୁଦ୍ଧର ରୂପରେଖ ପରିବର୍ତନ କରୁଛି ନା ଚୀନ ନିଜର ଫାଇଦା ହାସଲ କରୁଛି ଏହା ଉପରେ ସାରା ବିଶ୍ୱର ନଜର ରହିଛି ।