ଆମେରିକା ପରେ ୟୁରୋପରେ ବି ବ୍ୟାଙ୍କିଙ୍ଗ ସଂକଟ, ଘାଟାରେ ପଡିଛି ଦ୍ୱିତୀୟ ବୃହତ କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ

110

କନକ ବ୍ୟୁରୋ : ଆମେରିକା ପରେ ଏବେ ୟୁରୋପରେ ବ୍ୟାଙ୍କିଙ୍ଗ୍ ସେପ୍ଟରେ ଦେଖାଦେଇଛନ୍ତି ସଙ୍କଟ । ଆମେରିକାର ସିଲିକନ ଭାଲି ବ୍ୟାଙ୍କ ବୁଡିଯିବା ପରେ ୟୁରୋପର ଦ୍ୱିତୀୟ ବୃହତ କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ ଘାଟାରେ ପଡିଯାଇଛି । ଏହି ବ୍ୟାଙ୍କର ସେୟାର ମୂଲ୍ୟ ୨୫ ପ୍ରତିଶତରୁ ଅଧିକ ଖସିଯାଇଥିବା ବେଳେ ଏଥିରେ ଟଙ୍କା ରଖିଥିବା ଅବା ନିବେଶ କରିିଥିବା ଲୋକେ ଏଥିରୁ ନିଜର ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ।

ବ୍ୟାଙ୍କ ବଞ୍ଚାଇବା ପାଇଁ କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ ସୁଇସ୍ ନ୍ୟାସନାଲ ବ୍ୟାଙ୍କରୁ ୫୪ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪ ଲକ୍ଷ ୪୬ ହଜାର କୋଟି ଟଙ୍କାର ଋଣ ଆଣିଛି । ୯ ଦଶମିକ୍ ୯ ପ୍ରତିଶତ ସେୟାର ସହ ଏହି ବ୍ୟାଙ୍କର ସବୁଠୁ ବଡ ନିବେଶକ ସାଉଦି ସେଟ୍ରାଂଲ ବ୍ୟାଙ୍କ ଏଥିରେ ଆଉ ନିବେଶ କରିବ ନାହିଁ ବୋଲି ଘୋଷଣା କରିଥିଲା । ଏହାପରେ ବ୍ୟାଙ୍କରୁ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ ଭାରତର ୧୨ ତମ ବୃହତ ବିଦେଶୀ ବ୍ୟାଙ୍କ ଭାବେ ଜଣା । ଭାରତରେ ଏହାର ୨୦ ହଜାର ୭୦୦ କୋଟି ଟଙ୍କା ରହିଛି । ହେଲ ସିଲିକନ ଭାଲି ପରି କ୍ରେଡିଟ୍ ସୁଇଜ୍ ବ୍ୟାଙ୍କ ବୁଡିଗଲେ ଭାରତ ଉପରେ ଏତେ ପ୍ରଭାବ ପଡିବ ନାହିଁ । କାରଣ ଏହି ବ୍ୟାଙ୍କ ଭାରତୀୟମାନେ ଏତେଟା ନିବେଶ କରିନାହାଁନ୍ତିି ।

କିନ୍ତୁ ସିଲିକନ ଭାଲିରେ ଭାରତୀୟମାନେ ପ୍ରାୟ ୧ ବିଲିୟନ ଡଲାର ଅର୍ଥାତ୍ ୮, ୨୪୫ କୋଟି ଟଙ୍କା ବିନିଯୋଗ କରିଛନ୍ତି ଭାରତୀୟ ଷ୍ଟାର୍ଟଅପ୍ । ବଡ ବଡ ଷ୍ଟାର୍ଟଅପ କମ୍ପାନୀଗୁଡିକୁ ଋଣ ଅବା ସେଥିରେ ନିବେଶ କରି ଘାଟାରେୂ ପଡିଯାଇଥିଲା ସିଲିକନ ଭାଲି । ୨୦୨୨ରେ ୨୦୯ ବିଲିୟନ ଅର୍ଥାତ୍ ୧୭ ଲକ୍ଷ ୨୬ ହଜାର କୋଟି ସମ୍ପତି ଥିବା ଏହି ବ୍ୟାଙ୍କ ମାର୍ଚ୍ଚ ୧୦ ତାରିଖରେ ବନ୍ଦ ହୋଇଯାଇଥିଲା