ସ୍ଥଗିତ ରହିଲା ବସ୍ ଧର୍ମଘଟ । ରାଜ୍ୟରେ ଆଜିଠୁ ପୁଣି ଗଡିବ ବସ୍ । ପ୍ରେସମିଟ୍ କରି ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ।

1,350

କନକ ବ୍ୟୁରୋ: ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି ।

ତେବେ ରାଜ୍ୟରେ ଘରୋଇ ବସ୍ ଚାଲିବା ନେଇ ଦୀର୍ଘ ସମୟ ହେଲା ବୈଠକ ବସିଥିଲା । ବୈଠକ ପରେ ସଂଘ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛି । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ତେବେ ରାଜ୍ୟ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଆଜି ରାତିରୁ ରାଜ୍ୟରେ ବସ୍ ଚଳାଚଳ ହେବ । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଛି ।