୯ ଦିନରେ ସରିବ କି ରତ୍ନଭଣ୍ଡାର ଗଣତି? କେତେ ସୁରକ୍ଷିତ ଅଛି ଅଳଙ୍କାର?

118

କନକ ବ୍ୟୁରୋ: ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବା ନେଇ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଅରଜିତ ପଶାୟତ ସଙ୍କେତ ଦେବା ପରେ ମୁହଁ ଖୋଲିଛନ୍ତି ସେବାୟତ । ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ଏହି ୯ ଦିନ ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । ସେ କହିଛନ୍ତି , ଏତେ ଦିନ ମଧ୍ୟରେ ଠାକୁରଙ୍କ ଅଳଙ୍କାର ଗଣତି ସମ୍ଭବ ନୁହେଁ । ପ୍ରଶ୍ନ ଉଠୁଛି, ଏତେ ଅଳ୍ପଦିନ ମଧ୍ୟରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ହେବ କେମିିତି?

ରଥଯାତ୍ରା ହିଁ ରତ୍ନଭଣ୍ଡାରର ଗଣତି ଓ ମଣତି ପାଇଁ ପ୍ରକୃଷ୍ଟ ସମୟ ବୋଲି ଉଚସ୍ତରୀୟ କମିଟିର ଅଧ୍ୟକ୍ଷ ଅରଜିତ ପଶାୟତ ମତ ଦେବା ପରେ ଏଭଳି କିଛି ପ୍ରଶ୍ନ ଭକ୍ତଙ୍କ ମନରେ ଉଙ୍କି ମାରିଛି । ରତ୍ନଭଣ୍ଡାରର ରହସ୍ୟମୟ ସତ୍ୟକୁ ଅପେକ୍ଷା କରିଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ । ଏହାରିମଧ୍ୟରେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ମୁଖ୍ୟ ବାଡଗ୍ରାହୀଙ୍କ କହିବା କଥା ହେଲା

ରତ୍ନଭଣ୍ଡାର: କ’ଣ କହିଲେ ମୁଖ୍ୟ ବାଡଗ୍ରାହୀ?
-ରଥଯାତ୍ରା ସମୟରେ ରତ୍ନଅଳଙ୍କାରର ଆକଳନ ସମ୍ଭବ ନୁହେଁ
-ନଅଦିନ ସମୟ ମଧ୍ୟରେ କେମିତି ହେବ ଗଣତି ଓ ମଣତି?
-ରତ୍ନଭଣ୍ଡାରର ଅଳଙ୍କାର ଗଣତି ସହ ଓଜନ ମାପ କରାଯିବ

-ରତ୍ନଭଣ୍ଡାରର ଗଣତି ପ୍ରାୟ ୩ ମାସ ଲାଗିବ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଏପରିକି ରତ୍ନଭଣ୍ଡାରରେ ପାଣି ପଡି ଅଳଙ୍କାର ନଷ୍ଟ ହୋଇଯାଇଥାଇପାରେ ବୋଲି ବି ସେ ଆଶଙ୍କା ପ୍ରକାଶ କରିଛନ୍ତି ।
୯ ଦିନ ସମୟ ନେଇ ପ୍ରଶ୍ନ ଉଠାଇଲେ ସେବାୟତ
ମେଳ ଖାଇବ କି ୧୯୭୮ର ରିପୋର୍ଟ?
କେବଳ ରଥଯାତ୍ରା ସମୟରେ ହିଁ ଆପାତଃ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ୧୯୭୮ ମସିହାର ରିପୋର୍ଟ ମାଗିଛନ୍ତି କମିଟି ମୁଖ୍ୟ ଅରଜିତ ପଶାୟତ ।

-୧୯୭୮ ମସିହା ମେ ମାସ ୧୩ ତାରିଖରେ ରତ୍ନ ଅଳଙ୍କାରର ହିସାବ କରାଯାଇଥିଲା
– ମେ ୧୩ରେ ଆରମ୍ଭ ହୋଇ ଜୁଲାଇ ୨୩ରେ ସରିଥିଲା
-ଗଣତି ଓ ମଣତି ପାଇଁ ୨ମାସ ୧୦ ଦିନ ଲାଗିଥିଲା

ତେଣୁ ମାତ୍ର ୯ ଦିନରେ ଏହା କିଭଳି ସମ୍ଭବ ବୋଲି ମତ ଦେଇଛନ୍ତି ସେବାୟତ । ସମୟ ଲାଗିଲେ ବି ପୂର୍ବ ରିପୋର୍ଟ ସହ ଅଳଙ୍କାରର ମେଳକ କରାଯାଉ ବୋଲି ଦାବି କରିଛନ୍ତି ସେବାୟତ ।କୁହାଯାଉଛି, ଭିତର ରତ୍ନଭଣ୍ଡାରରେ ବହୁ ଅଳଙ୍କାର ଅଛି । ସୁନା ଓ ରୂପା କଏନ ସହ ମୂଲ୍ୟବାନ ପଥର ରହିଛି । ଭିତର ଅପେକ୍ଷା ବାହାର ରତ୍ନଭଣ୍ଡାରରେ ଅଧିକ ଅଳଙ୍କାର ଅଛି । ତେଣୁ ପର୍ଯ୍ୟାପ୍ତ ସମୟ ନିଆଯାଇ ଏହାର ମଣତି ଓ ଗଣତି କରିବାକୁ ଚାପ ବଢୁଛି ।