ସାଲେପୁରରୁ କିଏ ହେବେ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତଙ୍କ ନାଁ ଘୋଷଣା କଲେ ପ୍ରତାପ

271

କନକ ବ୍ୟୁରୋ: ବିିଜେପି-ବିଜେଡି ମେଂଟକୁ ନେଇ ଚର୍ଚ୍ଚା ଥମୁନି । ମେଂଟ ହେଲେ କେଉଁ ଦଳକୁ କେଉଁ ଆସନ ମିଳିବ, ତାହା ମଧ୍ୟ ଜଣା ନାହିଁ । ଏପରି ସମୟରେ ମହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବୟାନ ଚର୍ଚ୍ଚା ବଢ଼ାଇଛି । ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ । ଏପରିକି ପ୍ରଶାନ୍ତ ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି ।

ବିଜେଡି-ବିଜେଡି ମେଂଟକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଲାଗି ରିହଛି । ମେଂଟ ହେବ କି ହେବ ନାହିଁ, ତାକୁ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ଅଛନ୍ତି । କିନ୍ତୁ ଏହି ଚର୍ଚ୍ଚା ଭିତରେ ସାଲେପୁର ବିଧାନସଭା ଆସନ ପାଇଁ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ।

ନିର୍ବାଚନ ତାରିଖ ଘୋଷଣା ହୋଇନି । ବିଜେଡି-ବିଜେପି ମେଂଟ ନେଇ ଅଙ୍କକଷା ଛିଡିନି । ଦଳ ପକ୍ଷରୁ କୌଣସି ତାଲିକା ପ୍ରକାଶ ପାଇନି, କିନ୍ତୁ ଏହାରି ଭିତରେ ସାଲେପୁର ବିଧାନସଭା ଆସନ ପାଇଁ ଆଗୁଆ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା । ସାଲେପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ, ବର୍ତମାନର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ ।

କେବଳ ଏତିକି ନୁହେଁ, ଆଗାମୀ ନିର୍ବାଚନର ପ୍ରଶାନ୍ତ ଦଳ ପକ୍ଷରୁ ଲଢ଼ିବେ ଓ ନିଶ୍ଚିତ ଜିତିବେ ବୋଲି ମଧ୍ୟ ପ୍ରତାପ ଦୃଢ଼ୋକ୍ତି କରିଛନ୍ତି । ଏପରିକି ପ୍ରଶାନ୍ତ ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି । ଦଳ ପକ୍ଷରୁ ବିଧିବଦ୍ଧ ଭାବେ କିଛି କୁହାଯାଇ ନଥିଲାବେଳେ, ପ୍ରତାପ ଜେନା ମଂଚ ଉପରେ ଏଭଳି ଘୋଷଣା କରିବା ଚର୍ଚ୍ଚାର ବିଷୟ ପାଲଟିଛି ।