ସରିଆସୁଛି ବୁଢୀ ଠାକୁରାଣୀ ଯାତ୍ରା । ଯାତ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

100

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୁଢୀ ଠାକୁରାଣୀ ଯାତ୍ରା । ଯେଉଁଥିପାଇଁ ପୁରୁଣା ବ୍ରହ୍ମପୁର ଓ ବଡ ବଜାର ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ଶହଶହ ବର୍ଷର ପୁରୁଣା ବୁଢି ଠାକୁରାଣୀ ଯାତ୍ରାର ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି । ଏହି ଅବସରରେ ମାଆ ବାପଘରକୁ ଆସିବା ପରେ ନଗର ପରିକ୍ରମା କରିଥାନ୍ତି । ବିଶେଷ କରି ରଥ ଓ କଳାକୁଞ୍ଜ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି । ଯାହାକୁ ବୁଲିଦେଖୁଛନ୍ତି ଶହ ଶହ ଭକ୍ତ ।

ଏହି ଅବସରରେ ପ୍ରତ୍ୟେକ ସାହି ଆଲୋକମାଳାରେ ଝଲସି ଉଠିବା ସହ ମାଗଣା ପ୍ରସାଦ ଓ ଖାଦ୍ୟପେୟ ବଣ୍ଟାଯାଇଥାଏ । ଖାଲି ଗଞ୍ଜାମ ନୁହେଁ ଗଞ୍ଜାମ ଜିଲ୍ଲା ବାହାରୁ ମଧ୍ୟ ଯାତ ଦେଖିବାକୁ ଭକ୍ତଙ୍କ ସୁଅ ଛୁଟୁଛି ।