ନ୍ୟୁୟର୍କରୁ ଲଣ୍ଡନ, ସବୁଠି ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାର୍ତା । ‘ମନ୍ କୀ ବାତ୍’ରେ ମୋଦି କହିଲେ, ଜନ ଆନ୍ଦୋଳନରେ ପରିଣତ ହୋଇଛି ‘ମନ୍ କୀ ବାତ୍’

136

କନକ ବ୍ୟୁରୋ : ବିଶ୍ୱ ଶୁଣିଲା ମୋଦୀଙ୍କ ମନ କୀ ବାତ୍ । ୧୦୦ତମ ଏପିସୋଡକୁ ନ୍ୟୁୟର୍କ, ଲଣ୍ଡନ ସମେତ ବିଭିନ୍ନ ଦେଶରେ ପ୍ରସାରଣ କରାଯାଇଛି । ଦେଶବାସୀଙ୍କ ଆଜି ସମ୍ବୋଧନ କରି ମୋଦୀ କହିଛନ୍ତି, ମନ କୀ ବାତ କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସିଧାସଳଖ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରୋଟକଲ ସୁରକ୍ଷା ଆଦି ବିଭିନ୍ନ କାରଣରୁ ଲୋକଙ୍କ ସହ ସିଧାସଳଖ ମିଳାମିଶା କରିବାରେ ସମ୍ଭବ ହେଉନଥିଲା । ଲୋକଙ୍କ ସେବା ପାଇଁ କମ୍ ବୟସରୁ ଘର ଛାଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଏହା ବ୍ୟଥିତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଏହି ଖାଲିସ୍ଥାନକୁ ମନ କୀ ପୂରଣ କରିଥିଲା ବୋଲି ମୋଦୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡ଼ିହେବାକୁ ସୁଯୋଗ ଆଣିଦେଇଥିଲା । ଆଜିର ୧୦୦ତମ ଏପିସୋଡରେ ମୋଦୀ ଓଡ଼ିଶାର ଡି. ପ୍ରକାଶ ରାଓଙ୍କୁ ମନେ ପକାଇଛନ୍ତି ।