କେମିତି ଭାଙ୍ଗିଲା କେନାଲ ବନ୍ଧ? ପ୍ରଥମ ପାଣି ଛଡ଼ାଯିବା ପରେ କେମିତି ହେଲା ଏମିତି ଅବସ୍ଥା, ଆରମ୍ଭ ହେଲା ତଦନ୍ତ?

188

କନକ ବ୍ୟୁରୋ : କଳାହାଣ୍ଡି ଜୟପାଟଣା ବ୍ଲକ ମଙ୍ଗଳପୁର ନିକଟରେ ୭୫୬ କୋଟି ବ୍ୟୟରେ ନିର୍ମାଣ ହୋଇଥିବା କେନାଲ ବନ୍ଧ ଭାଙ୍ଗିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି । ଇନ୍ଦ୍ରାବତୀ ମେଗା ଲିପ୍ଟଂର କୋକସରାରୁ ଧର୍ମଗଡ଼ ଅଂଚଳକୁ ସଂଯୋଗ କରୁଥିବା କେନାଲ ହୁଡ଼ା ପ୍ରଥମ ପାଣି ଛାଡ଼ିବା ପରେ ହିଁ ଭାଙ୍ଗି ଯାଇଥିଲା । ଏହାର କାରଣ ଖୋଜିବା ପାଇଁ ଇଂଜିନିୟନ ଇନ୍ ଚିଫ ଭିଜିଲାନ୍ସ ଅସିମ ମହାପାତ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣ ପାଇଁ ନିର୍ମାଣ ହୋଇଥିବା କେନାଲ ବନ୍ଧ ଭାଙ୍ଗିଛି ତାର କାରଣ ଖୋଜିବ ଏହି ଟିମ୍ ।

କୋକସରା ବେହେରା କେନାଲ ମାଝିଗୁଡ଼ା ନିକଟରେ ଗତକାଲି କେନାଲ ହୁଡ଼ା ଭାଙ୍ଗି ୧୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ଶହ ଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।