ଫ୍ଲୋରକୁ ଆସିଲା ବିଜୟ ଥଲାପତିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ । ଯୱାନ ଓ ଜେଲରକୁ ପଛରେ ପକାଇଲା ‘ଲିଓ’

313

କନକ ବ୍ୟୁରୋ : ପ୍ରଥମ ଦିନ କଲେକ୍ସନ୍ରେ ଶାହରୁଖ ଖାନ୍ ଓ ରଜନୀକାନ୍ତଙ୍କ ଫିଲ୍ମକୁ ପଛରେ ପକାଇଲା ବିଜୟ ଥଲାପତିଙ୍କ ଆକ୍ସନ୍, ଥ୍ରୀଲର ସିନେମା ଲିଓ । ଫିଲ୍ମଟି ବକ୍ସ ଅଫିସରେ ଧୁମ ମଚାଇବା ସହ ଭଲ ରୋଜଗାର କରିଛି । ତାମିଲ, ହିନ୍ଦି ସମେତ ବିଭିନ୍ନ ଭାଷାରେ ଏହି ସିନେମା ଦେଶର ଅଧିକାଂଶ ସିନେମା ଘରରେ ରିଲିଜ ହୋଇଛି । ଆଉ ପ୍ରଥମ ଦିନରେ ୮୦କୋଟି ଟଙ୍କା କଲେକ୍ସନ କରିିଛି ସିନେମାଟି । ୱାର୍ଲଡ ୱାଇଡ କଲେକ୍ସନରେ ‘ଲିଓ’ ଶାହାରୁଖ ଖାନଙ୍କ ‘ଯୱାନ’କୁ ମାତ ଦେଇଛି । ରିଲିଜର ପ୍ରଥମ ଦିନରେ ‘ଯୱାନ’ ୱାର୍ଲଡୱାଇଡ୍ ୧୨୯ କୋଟି ଟଙ୍କା ରୋଜଗାର କରିଥିବା ବେଳେ ‘ଲିଓ’ର ପ୍ରଥମ ଦିନର କଲେକ୍ସନ ରହିଛି ୧୪୫କୋଟି । ସେହିପରି ଅଗଷ୍ଟ ମାସରେ ରିଲିଜ ହୋଇଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଗୋଟିଏ ଦିନରେ ୪୫କୋଟି ରୋଜଗାର କରିଥିବା ବେଳେ କେବଳ ଆଡଭାନ୍ସ ବୁକିଂରେ ୪୬.୫ କୋଟି ଟଙ୍କା ରୋଜଗାର କରିଛି ଫିଲ୍ମ ‘ଲିଓ’ । ଆକ୍ସନ ଓ ଥ୍ରୀଲର ଭରପୁର ଏହି ଫିଲ୍ମରେ ବିଜୟ ଥଲାପତିଙ୍କ ସହ ତୃଷା କୃଷ୍ଣନ୍, ଅର୍ଜୁନ ସରଜା, ଗୌତମ ମେନନ୍ ପ୍ରମୁଖ ନଜର ଆସିଛନ୍ତି । ବଲିଉଡ ଷ୍ଟାର ସଞ୍ଜୟ ଦତଙ୍କୁ ‘ଲିଓ’ରେ ନେଗେଟିଭ୍ ଭୂମିକାରେ ନଜର ଆସିଛନ୍ତି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମର କପିରାଇଟ୍ସକୁ ନେଇ ତାମିଲନାଡୁ କୋର୍ଟରେ ମାମଲା ଚାଲିଥିବା ବେଳେ ‘ଲିଓ’ରିଲିଜରେ ବିଳମ୍ବ ହୋଇଥିଲା । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବା ସହିତ ଫିଲ୍ମଟି ଫ୍ଲୋରକୁ ଆସିସାରିଛି । ତାମିଲନାଡୁ ସମେତ ଦେଶର ବିଭିନ୍ନ ସ୍ଥାନରେ ବିଜୟ ଥାଲାପତିଙ୍କ ପ୍ରଂଶସକ ବାଜା ବଜାଇ ବାଣଫୁଟାଇ ସେଲିବ୍ରେସନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।