ସାତ ବର୍ଷର ଅନୁସନ୍ଧାନ ପରେ ଆଇସିଏମ୍ଆରକୁ ସଫଳତା । ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ

922

କନକ ବ୍ୟୁରୋ : ପୁରୁଷଙ୍କ ପାଇଁ ଆସିବ ଗର୍ଭନିରୋଧକ । ସାତ ବର୍ଷ ଧରି ଚାଲିଥିବା ଗବେଷଣା ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି । ଗବେଷଣା ପରେ ପୁରୁଷ ଗର୍ଭନିରୋଧକ ‘ରିସଗ’କୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଥିବା କହିଛି ଆଇସିଏମ୍ଆର । ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ, ଯାହା ଗର୍ଭଧାରଣାକୁ ରୋକିବାରେ ସଫଳ ହୋଇଥାଏ । ରିପୋର୍ଟ ଅନୁସାରେ, ଆଇସିଏମ୍ଆରର ଏହି ଗବେଷଣାରେ ୩୦୩ ଜଣ ପୁରୁଷ ସାମିଲ ହୋଇଥିଲେ । ଆଉ ଏହା ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକ୍ସନ ହେବାକୁ ଯାଉଛି, ଯେଉଁମାନେ ଦୀର୍ଘଦିନ ନିଜ ପାର୍ଟନରଙ୍କ ଗର୍ଭଧାରଣକୁ ରୋକିଥାଏ । ରିପୋର୍ଟରେ ଆହୁରି କୁହାଯାଇଛି, ରିସଗ ଗର୍ଭଧାରଣକୁ ରୋକିବା ପାଇଁ ୯୯ ଦଶମିକ ୨ ପ୍ରତିଶତ ସଫଳ ହୋଇଛି । ଆଉ ଏଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଗବେଷଣାରେ ଯେଉଁ ପୁରୁଷମାନେ ସାମିଲ ହୋଇଥିଲେ, ସେମାନଙ୍କ ସହ ସେମାନଙ୍କର ପତ୍ନୀଙ୍କ ଥିଲେ । ତେବେ ଏହି ଗର୍ଭନିରୋଧକ ଇଞ୍ଜେକ୍ସନ କେବେ ସର୍ବସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ହେବ, ତାକୁ ଅପେକ୍ଷା ରହିଛି ।