ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ ।

474

କନକ ବ୍ୟୁରୋ: ଆଗ ପଛ ହୋଇ ଚାଲିଗଲେ ମା’ ଓ ପୁଅ । ପୁଅର ମୃତ୍ୟୁର ୨୪ ଘଣ୍ଟା ନପୁରୁଣୁ ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ, ଆଉ ମଶାଣୀରେ ଜଳିଲା ୨ଟି ଜୁଇ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କାଞ୍ଜିଆପାଟଣା ଗାଁରେ ।

ମଙ୍ଗଳବାର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ପରେଶ ମଲ୍ଲିକ ଆତ୍ମହତ୍ୟା କରିଥିଲେ । ପୁଅର ଆତ୍ମହତ୍ୟା କରିଥିବା ଦୁଃଖକୁ ସହିନପାରି ବୁଧବାର ଆରପାରିକୁ ଚାଲିଲେ ମା’ । ପରିବାରର ଦୁଇଟି ଦୁଇଟି ବ୍ୟକ୍ତିଙ୍କ ମୃତ୍ୟୁ ପରେ ରବୀନ୍ଦ୍ରଙ୍କ ପରିବାରରେ କାନ୍ଦବୋବାଳିି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ପରେଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ପରେଶ ମଲ୍ଲିକଙ୍କ ଗୋଟିଓ ପୁଅ ଓ ଗୋଟିଏ ଝିଅ । ସେ ଟାଟା ପାଓକ୍ୱାରରେ କାମ କରୁଥିଲେ । ତେଣୁ ପରେଶଙ୍କ ପରିବାର ଓ ତାର କୁନି ପୁଅ ଝିଅର ଦାୟିତ୍ୱ ଟାଟା ପାୱାର ନେଉ ବୋଲି ଅଞ୍ଚଳର ଲୋକମାନେ ଦାବି କରିଛନ୍ତି ।