ବାରିପଦା ସହରରେ ବୁଲୁଛି ହାତୀ । ପାଚେରୀ ଭାଙ୍ଗି ଏମ୍.କେ.ସି ହାଇସ୍କୁଲରେ ପଶିଲା ଦନ୍ତା । ଗୋଠ ଛଡା ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ଓ ବାରିପଦା ପୋଲିସ ନାକେଦମ୍ ।

268

କନକ ବ୍ୟୁରୋ: ବାରିପଦା ସହରରେ ପଶିଲା ହାତୀ । ସହର ଭିତରେ ଦନ୍ତା ଦେଖି ଲୋକେ ଭୟଭୀତ । ସହର ମଧ୍ୟରେ ଥିବା ପାଚେରୀ ଭାଙ୍ଗି ଏମକେସି ହାଇସ୍କୁଲରେ ପଶିଥିଲା ଦନ୍ତା । ଗୋଠ ଛଡ଼ା ହାତୀ ସହର ଭିତରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ମଧ୍ୟକୁ ପସିଆସିଥିଲା ଏହି ଦନ୍ତା । ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହ ସ୍କୁଲ ଗେଟ୍ ଭାଙ୍ଗି କ୍ୟାମ୍ପସ ଭିତରକୁ ପଶି ଆସିଥିଲା । ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ହାତୀଟିକୁ ସହର ମଧ୍ୟରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।