ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ ।

115

କନକ ବ୍ୟୁରୋ: ଡକାୟତି ଯୋଜନା କରିବା ବେଳେ ଡକାୟତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ ଟିମ୍ । ୪ ଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ, ୬ଟି ଗୁଳି ସହ ୬ ଡକାୟତଙ୍କୁ ରାଉରକେଲା ପୋଲିସ ଗିରଫ କରିଛି । ଡିଏଭି ପୋଖରୀ ନିକଟ ପଡିଆରେ ଡକାୟତ ଦଳ ବସି ଉଦିତନଗର ଥାନା ଅଞ୍ଚଳର ଏକ ସୁନା ଦୋକାନ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରି ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୪ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ଗୋଟିଏ ଭୁଜାଲି, ଆଇରନ ରଡ, ଲୁହାକଟର ବ୍ଲେଡ, ମୋବାଇଲ ଫୋନ ଜବତ ହୋଇଛି ।

ଗିରଫ ଡକାୟତ ସବୁ ରାଉରକେଲା ସହରର ବୋଲି ଜଣାପଡିଛି । ଗିରଫ ଡକାୟତ ଗ୍ୟାଙ୍ଗ ନାଁରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧ, ଚୋରି, ଡକାୟତି ଓ ଲୁଟପାଟ ଭଳି ଅନେକ ମାମଲା ରହିଛି ।