ଓଡ଼ିଶାରେ ସରକାର ଗଠନ କରିବ ବିଜେପି : ଗୌହାଟି ବୈଠକ ପରେ ମନମୋହନ ସାମଲଙ୍କ ବଡ ବୟାନ

366

କନକ ବ୍ୟୁରୋ : ଓଡ଼ିଶାରେ ହେବ ବିଜେପି ସରକାର । ଗୌହାଟୀରେ ହୋଇଛି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ । ଗୌହାଟୀରେ ବସିଥିବା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ବୈଠକରେ ଫେରିବା ପରେ ଏପରି ଦମ୍ଭୋକ୍ତି ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ କିପରି ନିଆଯିବ, ରାଜ୍ୟରେ କିପରି ନିର୍ବାଚନ ଲଢ଼ିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ମନମୋହନ ସାମଲ ।

ଏହା ସହ କହିଛନ୍ତି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେନେଇ ବୈଠକରେ ହୋଇଛି ବିସ୍ତୁତ ଆଲୋଚନା ।

ସାଙ୍ଗଠନିକ ସ୍ଥିତିକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ୨୪ ପାଇଁ ଦୁର୍ନୀତି, ବେରୋଜଗାରୀ, ଦାଦନ, ବିକାଶ ବାଟବଣା ହୋଇଛି । ସେହିପରି ରାଜ୍ୟରେ ପର୍ଯ୍ୟଟନର ବିକାଶ, ଜଳସେଚନର ବିକାଶ ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ନିର୍ବାଚନ ଲଢ଼ିବ ବିଜେପି । ୫ ବର୍ଷର ସମୟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ରାଜ୍ୟ ବିଜେପି ସଭାପତି ।