ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦାୟିତ୍ୱହୀନ, କିନ୍ତୁ ଦେଶଦ୍ରୋହ ନୁହେଁ : କର୍ଣ୍ଣାଟକ ହାଇକୋର୍ଟ

714

କନକ ବ୍ୟୁରୋ : କର୍ଣ୍ଣାଟକ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ଟିପ୍ପଣୀ ମାମଲାରେ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ଅଣାଯାଇଥିବା ଦେଶଦ୍ରୋହ ମାମଲାକୁ ରଦ୍ଦ କରିଛନ୍ତି । ହାଇକୋର୍ଟଙ୍କ ତରଫରୁ କୁହାଯାଇଛି କି, ପ୍ରଧାନମନ୍ତ୍ରୀ ବିରୋଧରେ କୁହାଯାଇଥିବା ଶବ୍ଦ ଅପମାନଜନକ ଓ ଦାୟିତ୍ୱହୀନ ଥିଲା କିନ୍ତୁ ଏହା ଦେଶଦ୍ରୋହ ନୁହେଁ । ହାଇକୋର୍ଟ ବିଚାରପ୍ତି ହେମନ୍ତ ଚନ୍ଦନଗୋଦର ବିଦରର ଶାହୀନ ସ୍କୁଲ ମ୍ୟାନେଜମେଣ୍ଟର ଅଲାଉଦ୍ଦିନ ଅବ୍ଦୁଲ ଖାଲିକ, ମହମ୍ମଦ ଇନାମଦାର ଓ ମହମ୍ମଦ ମହତାବଙ୍କ ବିରୋଧରେ ନ୍ୟୁ ଟାଉନ ପୋଲିସ ଷ୍ଟେସନରେ ହୋଇଥିବା ମାମଲାକୁ ରଦ୍ଦ କରିଦେଇଛନ୍ତି ।

ମାମଲାର ଶୁଣାଣି କରି ହେମନ୍ତ ଚନ୍ଦନଗୋଦର କହିଛନ୍ତି କି, ନାଟକ କ୍ରମରେ ଦିଆଯାଇଥିବା ବୟାନ (ପ୍ରଧାନମନ୍ତ୍ରୀଙ୍କୁ ଜୋତାରେ ମାଡ ହେବା ଦରକାର) କେବଳ ଅପମାନଜନକ ନଥିଲା ବରଂ ଏହା ଦାୟିତ୍ୱହୀନତା ମଧ୍ୟ ଥିଲା ବୋଲି କହିଛନ୍ତି । ଏଭଳି ସ୍ଥିତିରେ ଭାରତୀୟ ଦଣ୍ଡବିଧୀ ଆଇନ ୧୨୪ (କ) (ଦେଶଦ୍ରୋହ ସମ୍ବନ୍ଧିତ) ଲାଗୁ କରାଯାଇପାରେ । ଯଦି କୌଣସି ବ୍ୟକ୍ତିଙ୍କ ଶବ୍ଦ କିମ୍ବା ଅଭିବ୍ୟକ୍ତିରେ ଜନବିଶୃଙ୍ଖଳା, ଆଇନ ଶୃଙ୍ଖଳା ବିଶୃଙ୍ଖଳା ସୃଷ୍ଟି କରିବାର ଏକ ପ୍ରତିକୂଳ ପ୍ରବୃତ୍ତି କିମ୍ବା ଉର୍ଦ୍ଦେଶ୍ୟ ଥାଏ ।

କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି କି, ପ୍ରତିଟି ନାଗରିକଙ୍କର ସରକାର କିମ୍ବା ସରକାରୀ ପଦାଧିକାରୀଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ଉପରେ ଟିପ୍ପଣୀ କରିବାର ଅଧିକାର ରହିଛି । ହେଲେ ଏହାକୁ ନେଇ କୌଣସି ନାଗରିକ ଲୋକଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବା ଅପରାଧ ଅଟେ ।

ପ୍ରକୃତରେ କର୍ଣ୍ଣାଟକର ବିଦର ଜିଲ୍ଲା ଶାହୀନ ସ୍କୁଲରେ ୨୦୨୦ ମସିହାରେ ସିଏଏ ଓ ଏନଆରସିକୁ ନେଇ ପିଲାମାନେ ଏକ ନାଟକ କରୁଥିଲେ । ଏନେଇ ଅଭିଯୋଗ ହୋଇଥିବା କି ସ୍କୁଲର ଶିକ୍ଷକମାନେ ଦେଶ ବିରୋଧରେ କାମ କରିବାକୁ ପିଲାମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଏଭଳି ଅଭିଯୋଗକୁ ଖଣ୍ଡନ କରି ସ୍କୁଲ ତରଫରୁ କୁହାଯାଇଥିଲା କି, ପୋଲିସ ପ୍ରତିଦିନ ସ୍କୁଲକୁ ଆସି ପିଲାଙ୍କ ସହ ଦେଶଦ୍ରୋହୀ ଭଳି ବ୍ୟବହାର କରୁଛି ।