ବୈଠକ ପରେ ଶ୍ରୀମନ୍ଦିରରେ ପୁରୀ ବିଜେଡି ନେତା । ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଶାୟୀ ପ୍ରାର୍ଥୀ ।

256

କନକ ବ୍ୟୁରୋ: ନବୀନ ନିବାସରେ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ପୁରୀ ସଂସଦୀୟ କ୍ଷେତ୍ରର ନେତା । ଅରୂପ ପଟ୍ଟନାୟକଙ୍କ ସହ ବିଧାୟକ ଆଶାୟୀ ପ୍ରାର୍ଥୀ ପୁରୀରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପହଞ୍ଚିଥିଲେ । ନିଜ ନିଜ ସମର୍ଥକଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆଶାୟୀ ପ୍ରାର୍ଥୀ । ମହାପ୍ରଭୁଙ୍କ ଆଶିଷ ନେବା ପରେ ପ୍ରଚାର ଆରମ୍ଭ ହେବ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ହୋଇଥିଲା । ଏହା ପରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନେଇ ବୈଠକ କରିଥିଲେ ଅରୂପ ପଟ୍ଟନାୟକ ।