‘ମୋତେ ପୋଲିସ ହାତରେ ଦେଇଦିଅ , ମୁଁ ଆତ୍ମ ସମର୍ପଣ କରିବି’: ବଦାୟୁଁରେ ୨ ଶିଶୁଙ୍କୁ ହତ୍ୟା ଘଟଣାରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ ।

147

କନକ ବ୍ୟୁରୋ: ବଦାୟୁଁ ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ବାବା କଲୋନିରେ ଘଟିଥିବା ନୃଶଂସ ଶିଶୁ ହତ୍ୟା ମାମଲାର ଦ୍ୱିତୀୟ ଅଭିଯୁକ୍ତକୁ ବଦାଉଁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ପୋଲିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ପୀଡିତାଙ୍କ ଘର ନିକଟରେ ଏକ ସେଲୁନ ଦୋକାନ ଚଳାଉଥିବା ସାଜିଦ୍ ମଙ୍ଗଳବାର ଦିନ ଦୁଇ ଶିଶୁଙ୍କୁ ହତ୍ୟା କରି ତୃତୀୟ ଜଣଙ୍କୁ ଆହତ କରିଥିଲେ। ସେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ଏନ୍‌କାଉଣ୍ଟରରେ ଜୀବନ ଯାଇଛି। ଏହି ଘଟଣାରେ ତାଙ୍କ ଭାଇ ଜାଭେଦ୍ ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ସାଜିଦ୍ ସେମାନଙ୍କ ଘରକୁ ଯାଇ ୫୦୦୦ ଟଙ୍କା ଧାର ମାଗିଥିଲେ। ହେଲେ ବିନୋଦ ସେ ସମୟରେ ଘରେ ନଥିଲେ। ଯେତେବେଳେ ବିନୋଦଙ୍କ ପତ୍ନୀ ଚା ’ତିଆରି କରିବା ପାଇଁ ରୁମ୍‌ ଭିତରକୁ ଯାଇଥିଲେ ତ ସାଜିଦ୍‌ ସେତେବେଳେ ବିନୋଦଙ୍କ ୩ ପିଲାଙ୍କୁ ଆକ୍ରମଣ କରିଥିଲେ।