ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ବିଦ୍ୟୁତକାଟ ଘଟଣା : ପ୍ରତିବାଦରେ ଆଜି ମୟୁରଭଞ୍ଜ ୧୨ ଘଣ୍ଟିଆ ବନ୍ଦ

131

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ବିଦ୍ୟୁତକାଟ ଘଟଣା । ରାଷ୍ଟ୍ରପତିଙ୍କ ଅସମ୍ମାନ ସହ ଜିଲ୍ଲା ପ୍ରଶାସନର ଅବହେଳା ପ୍ରତିବାଦରେ ଜିଲ୍ଲା ବିଜେପି ଓ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ହୋ ହାଲ୍ଲା ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ରାସ୍ତାରେ ଶହଶହ ଯାନ ବାହାନ ଅଟକି ରହିଛି ।