ଶଙ୍ଖ ଭବନରୁ ବିଜେଡି ସୁପ୍ରିମୋଙ୍କ ସମାଲୋଚନା । ୨୪ ପୂର୍ବରୁ ଡବଲ୍ ଇଞ୍ଜିନକୁ ନବୀନ କଲେ ନିଶାନା!

1,291

କନକ ବ୍ୟୁରୋ: ୨୪ ପୂର୍ବରୁ ନବୀନ କଲେ ଡବଲ ଇଞ୍ଜିନକୁ ନିଶାନା । ଶଙ୍ଖ ଭବନରୁ ବିରୋଧୀଙ୍କ ନୀତିକୁ ନେଇ କଲେ ସମାଲୋଚନା । ବିରୋଧୀଙ୍କୁ କଟାକ୍ଷ କରି ନବୀନ କହିଛନ୍ତି, ସିଙ୍ଗଲ ଇଞ୍ଜନ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଲୋକଙ୍କ ଦୃଷ୍ଟିକୋଣରୁ ଶାସନ ହେଉଛି ଗୁରୁତ୍ୱପୂର୍ଣ୍ଣ ବୋଲି ସଫା ସଫା କହିଛନ୍ତି ନବୀନ । ପଦ୍ମପୁର ଉପ-ନିର୍ବାଚନରେ ବିରୋଧୀ ମା’ମାନଙ୍କୁ ଗାଳି କରିଥିଲେ ଆଉ ବିରୋଧୀଙ୍କୁ ଜନତା ସବୁବେଳେ ଉଚିତ୍ ଜବାବ୍ ଦେଇ ଆସିଛନ୍ତି । ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି ବିରୋଧୀ । ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ, ତଥା ତୃଣମୂଳ ସ୍ତରରେ କାମ କରୁଥିବା, ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି. ଇତିହାସ ସାକ୍ଷୀ ଅଛି । ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି ।

ଆମେ ସୁବବେଳେ ମହିଳାମାନଙ୍କ ଯୋଗଦାନକୁ ଜନସାଧାରଣରେ ସମ୍ମାନ ଦେଇଆସିଛୁ । ହାଣ୍ଡିଶାଳର ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନଶକ୍ତିରେ ସଶକ୍ତ କରିଛୁ । ଓଡ଼ିଶାବାସୀ ବିରୋଧୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ଓ ବ୍ୟବହାରକୁ ସବୁବେଳେ ନାପସସନ୍ଦ କରିଛନ୍ତି । ତେଣୁ ଆମେ ଶପଥ ନେବା ମାଆ ମାନଙ୍କୁ ସମ୍ମାନ ଜଣାଉଥିବା । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସହ ଛିଡ଼ା ହୋଇଛି, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ କାମ କରିଛି, କରୁଥିବ ।

ଅନ୍ୟପଟେ ନବୀନଙ୍କ ଏଭଳି ସିଧା ନିଶାନା ୨୪ ପୂର୍ବରୁ ରାଜ୍ୟ ରାଜନୀତିରେ ହଲଚଲ କରିବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି । କାରଣ ଯେଉଁ ଡବଲ ଇଞ୍ଜିନ ସରକାର କଥା କହି ବିଜେପି ଦେଶର କୋଣ ଅନୁକୋଣରେ ଶାସନ କରିବାକୁ ରଣନୀତି ପ୍ରସ୍ତୁତ କରୁଛି, ସେହି ସମୟରେ ଝାରସୁଗୁଡ଼ାରୁ ‘ଶଙ୍ଖ’ନାଦ କରି ବିଜେଡି ୨୪ ବ୍ୟାଟେଲ ପାଇଁ ପ୍ରସ୍ତୁତ ଥିବା ଆଗୁଆ ଆହ୍ୱାନ ଦେଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।