ଲଣ୍ଡନରେ ହଟହଟା ହେଲେ ପାକିସ୍ତାନ ମନ୍ତ୍ରୀ ମରିୟମ୍ : ଚୋରଣି କହି ଅସମ୍ମାନ କଲେ ପ୍ରବାସୀ ପାକିସ୍ତାନୀ

304

କନକ ବ୍ୟୁରୋ : ଲଣ୍ଡନରେ ହଟହଟା ହେଲେ ପାକିସ୍ତାନ ମନ୍ତ୍ରୀ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ମରିୟମ୍ ଔରଙ୍ଗଜେବଙ୍କୁ ଅପମାନ । ଲଣ୍ଡନ ଗସ୍ତରେ ଯାଇଥିବା ବେଳେ ଘେରିଗଲେ ପ୍ରବାସୀ ପାକିସ୍ତାନୀ । ମହିଳାମାନେ ମଧ୍ୟ ମହିଳା ମନ୍ତ୍ରୀଙ୍କୁ ଅସମ୍ମାନ କଲେ । ଚୋରଣୀ ଚୋରଣୀ କହି ପଛରେ ଗୋଡାଇଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରବାସୀ ପାକିସ୍ତାନୀ ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ଟିଭିରେ ବସି ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ସେ କୌଣସି ପ୍ରତିଶ୍ରୁତି ପୂରଣ କରୁନାହାନ୍ତି । ଦେଶରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ମନ୍ତ୍ରୀ ବିଦେଶରେ ବୁଲୁଛନ୍ତି । ଲୋକେ ହଇରାଣ ହେଉଛନ୍ତି, ହେଲେ ମନ୍ତ୍ରୀ ବିଦେଶରେ କଫି ସପରେ ବସି କଫି ପିଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।