ଆଜି ଆସିପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ନାଁ ଘୋଷଣା କରିପାରେ ଦଳ ।

809

କନକ ବ୍ୟୁରୋ: ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।

ସେହିପରି ବିଜେପି ଜୟପୁର, ବସ୍ତା, ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ, ଖୋର୍ଦ୍ଧା, ତେଲକୋଇ, ଘଷିପୁରା, ଚମ୍ପୁଆ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ଏହା ସହ କଂଗ୍ରେସର କଟକ ବାରବାଟୀ, ଜଗତସିଂହପୁର, କାକଟପୁର, ବାଲେଶ୍ୱର, ଜଳେଶ୍ୱର, ଛତ୍ରପୁର, ବଡ଼ଚଣା, ପାଲଲହଡା ଓ ନୀଳଗିରି ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।