ଭୁଷୁଡି ପଡିଲା ପାଚେରୀ, ଚାଲିଗଲା ୪ ଜୀବନ, ୨ ଗୁରୁତର । ଦିଲ୍ଲୀ ଗୁରୁଗ୍ରାମରେ ଅଭାବନୀୟ ଘଟଣା ।

118

କନକ ବ୍ୟୁରୋ: ଦିଲ୍ଲୀ ଅର୍ଜୁନ ନଗରରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଥିବା ଶ୍ମଶାନ କଡ ପାଚେରୀ ଛାଇରେ ବସିଥିଲେ ପାଖାପାଖି ୧୦ ଜଣ ଲୋକ । ଏହି ସମୟରେ ହଠାତ୍ ଭୁଡୁଡିପଡିଲା ପାଚେରୀ । ତା ତଳେ ଚାପି ହୋଇ ଚାଲିଗଲା ୪ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୨ଜଣ ନାବାଳିକା ରହିଥିବା ଜଣାପଡିଛି । ଅନ୍ୟ ୨ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାରେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶ୍ମଶାନ ଦାୟିତ୍ୱରେ ଥିବା କମିଟି ସଦସ୍ୟଙ୍କୁ ପଚରାଉଚୁରା କରିଛି । ଏହାସହ ଶ୍ମଶାନ ପରିସରର ରକ୍ଷଣାବେକ୍ଷଣ ଅଭାବ ଆଧାରରେ କମିଟି ସଦସ୍ୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡିଛି । ତେବେ ଏହି ଘଟଣା ପାଖ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଜୁଆଲ ଏବେ ସୋସିଆଲ ମିଢଡିଆରେ ଘୁରି ବୁଲୁଛି ଯାହା ଅତି ସମ୍ବେଦନଶୀଳ ।