ବେଗୁନିଆରେ ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ । ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ କଲେ ପ୍ରଚାର  ।

1,606

କନକ ବ୍ୟୁରୋ: ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନବେଗୁନିଆରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ବିଧାନସଭା ପ୍ରାର୍ଥୀ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତିପ୍ରଦର୍ଶନ କରିଛନ୍ତି । ୫ ହଜାରୁ ଅଧିକ ବାଇକ୍ ରାଲି କରାଯାଇ ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି । ବେଗୁନିଆରେ ବର୍ତମାନ ସୁଦ୍ଧା ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛି ।

ନିଆଳିରେ ବିଜେଡିର ବିଶାଳ ମହିଳା ସମାବେଶ । ସାମିଲ ହେଲେ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଓ ନିଆଳି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକ । ଏହି ସମାବେଶରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ । ମହିଳାମାନଙ୍କ ପ୍ରତି ବିଜେଡି ସରକାର କରିଥିବା ବିଭିନ୍ନ ଯୋଜନାର ସମ୍ପର୍କରେ ଅବଗତ କରାଇଥିବା ବେଳେ ବିଜୁ ଜନତା ଦଳ ସରକାର ମହିଳା ମାନଙ୍କୁ ସମାଜର ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଥିଲେ ପ୍ରାର୍ଥୀ । ଆଗାମୀ ସାଧାରଣ ନିର୍ବାଚନରେ ପ୍ରମୋଦ କୁମାର ମଲ୍ଲିକଙ୍କୁ ଚତୁର୍ଥ ଥର ବିଧାୟକ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ଦ୍ୱିତୀୟ ଥର ସାଂସଦ ଭାବେ ନିର୍ବାଚିତ କରିବା ପାଇଁ ମହିଳାମାନେ ଶପଥ ନେଇଥିଲେ । ଏହି ସମାବେଶରେ ଜିଲ୍ଲାପରିଷଦ ସଭ୍ୟା, ମହିଳା ସରପଞ୍ଚ, ବ୍ଲକ ମହିଳା ସଭାନେତ୍ରୀ ସମେତ ବିଭିନ୍ନ ପଂଚାୟତର ମହିଳା ମିଶନ ଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।